ସଟଡାଉନରେ ଭଞ୍ଜନଗର ଜନଶୂନ୍ୟ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ ଦ୍ରୁତ ଗତିରେ ବଢି ଥିବା ଚିହ୍ନଟ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ସଚେତନତା କାର୍ଯ୍ୟକ୍ରମ ରହିଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନୁଆ ନିୟମ ଲାଗୁ କରିଛନ୍ତି । ସାରା ଦେଶରେ ଲକ୍ ଡାଉନ ଜାରି ହୋଇଥିବା ବେଳେ ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ରାଜ୍ୟରେ ଆଜି ଦ୍ବିତୀୟ ଥର ଦୁଇ ଦିନ ପାଇଁ ସଟ ଡାଉନ ହୋଇଛି । ଆଗକୁ ରଜ ଆସୁଥିବାରୁ ଏହାକୁ ଦୁର୍ଷ୍ଟିରେ ରଖି ଜନସାଧାରଣଙ୍କ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗାଇଡ଼ ଲାଇନ ପ୍ରସ୍ତୁତ କରାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାସି ସଟ ଡାଉନକୁ ସମର୍ଥନ ଜଣାଇ ନିଜ ନିଜ ଘରେ ରହିଛନ୍ତି । ଫଳରେ ଭଞ୍ଜନଗର ସହର ମୁଖ୍ୟ ରାସ୍ତା, ବସ ଷ୍ଟାଣ୍ଡ, ବ୍ଳକ ଛକ, ଲଣ୍ଡେଇ ସାହି ଛକ, ଖାଲାସୀ ସାହି, ବ୍ୟାଙ୍କ ଛକ ଆଦି ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକ ମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳି ନ ଥିଲା । ଅତି ଆବଶ୍ୟକ ପଡିଲେ ଲୋକେ ବାହାରକୁ ବାହାରୁଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଟ ଡାଉନରେ କେହି ଯେମିତି ବିନା କାରଣ ରେ ବାହାରେ ବୁଲୁ ନ ଥିବେ ସେଥିପ୍ରତି ଦୃଷ୍ଟି ଦେଇ ପେଟ୍ରୋଲିଂ କରୁଛନ୍ତି । ଯଦି କେହି ମାସ୍କ ନ ପିନ୍ଧି ଯିବାର ଦେଖିଲେ ସେମାନଙ୍କୁ କରୋନାର ଭୟାବହ ବିଷୟରେ ବୁଝାଉଛନ୍ତି । କିଛି ଅମାନିଆ ବିନା କାରଣରେ ବିନା ମାସ୍କରେ ବୁଲୁଥିବାର ଦେଖିଲେ ସେମାନଙ୍କଠୁ ଫାଇନ ଆଦାୟ ମଧ୍ୟ କରୁଛନ୍ତି । ଭଞ୍ଜନଗର ପ୍ରଶାସନ ପକ୍ଷରୁ କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରି ଦିଆଯାଇଛି । ଭଞ୍ଜନଗର ପ୍ରଶାସନ ଓ ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ପ୍ରଶଂସା କରାଯାଇଛି । 


ରିପୋର୍ଟ – ନିଲୁ ବିଷୋୟୀ