ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ ହେଲେ ଅରୁଣ ପଣ୍ଡା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ଓ ତୁଙ୍ଗ ନେତା ଅରୁଣ କୁମାର ପଣ୍ଡାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କର୍ମୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି । ଏହି ଅଞ୍ଚଳରେ ଆଗାମୀ ଦିନରେ ବିଜେପିର ସ୍ଥିତ ଆହୁରି ସୁଦୃଢ ହେବ ବୋଲି ସମସ୍ତ ଆଶାବାଦୀ ଅଛନ୍ତି । ଶ୍ରୀଯୁକ୍ତ ପଣ୍ଡା ଜଣେ ବରିଷ୍ଠ, ସଚ୍ଚୋଟ, ବର୍ଷିୟାନ ବିଜେପି ନେତା ଭାବେ ଏହି ଅଞ୍ଚଳରେ ସୁପରିଚିତ । ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ମିଳିଥୂବାରୁ ଘୁମୁସର ଜିଲ୍ଲା ବିଜେପିର ସମସ୍ତ କର୍ମୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାରିତ ହୋଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୁଆଁ ଟିମରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ଦକ୍ଷ ସଂଗଠକ ଅରୁଣ ପଣ୍ଡା l ରାଜ୍ୟରେ  ବିଜେପିକୁ ମଜବୁତ କରିବା ପାଇଁ ଗତକାଲି ଘୋଷିତ ହୋଇଥିବା ବିଭିନ୍ନ ପଦପଦବି ମଧ୍ୟରୁ ଶ୍ରୀ ପଣ୍ଡାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି l ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ଗଞ୍ଜାମ ଜିଲ୍ଲାରେ ଶୁଭେଚ୍ଛାର ସୁଅ ଛୁଟିଛି l ବେଗୁନିଆପଡା, ମଠସରସିଙ୍ଗି, ଅଙ୍ଗାର ଗାଁ ମଣ୍ଡଳ ସ୍ତରୀୟ କର୍ମୀ ଯଥା – ଗୋବିନ୍ଦ ଆଚାର୍ଯ୍ୟ, ସିମାଞ୍ଚଳ ମହାନ୍ତି, ରବୀନ୍ଦ୍ର ମିସ୍ତ୍ରୀ, ସତ୍ୟବାଦୀ ସାହୁ, ଚିତ୍ରସେନ ପରିଡା, ଚନ୍ଦ୍ର ମୋହନ ଜେନା, ରାମକୃଷ୍ଣ ଜେନା, ସୁଶାନ୍ତ ଜେନା, ସୁଦାମ ଭୋଳ, ସୁଶୀଳା ସାହୁ, ଜଗନ୍ନାଥ ମହାରଣା, ଭଗବାନ ସାହୁ, ସିମାଞ୍ଚଳ ବେହେରା, ସୁଶାନ୍ତ ନାହାକ, ମକରା ପ୍ରଧାନ, ନୀଳମାଧଵ ସ୍ୱାଇଁ ସମେତ କୋଦଳା ଏନଏସି କର୍ମୀମାନେ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା