ସଞ୍ଜୟ ଦାସ ବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରିରି ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ପଦ ପାଇବା ସହ ସଞ୍ଜୟଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀର ମର୍ଯ୍ୟାଦା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଡକରା ପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସଞ୍ଜୟ ଦାସ ବର୍ମା । ତାଙ୍କୁ ରାଜ୍ୟସଭା ଯିବାକୁ ଅଫର ଦିଆଯାଇଥିଲା । କିନ୍ତୁ ସଞ୍ଜୟ ଦିଲ୍ଲୀ ଯିବାକୁ ମନା କରିବା ସହ ରାଜ୍ୟରେ ରହି କାମ କରିବାକୁ ଇଚ୍ଛାପ୍ରକାଶ କରିଥିବା ଜଣାଯାଇଛି । ଏହାପରେ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରିପୋର୍ଟ : ଆକାଶ ମିଶ୍ର