ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

ଛତ୍ରପୁର(ସମୃଦ୍ଧ ଓଡିଶା)ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଲୋକ କଳା ଅଭିଲେଖାଗାର ରେ ଗଞ୍ଜାମ ଛତ୍ରପୁର ର କାଠ ପାଦ କୁ ଏହି କରିଡ଼ର ରେ ସାମିଲ କରାଇବାକୁ ଏକ ଅନୁରୋଧ ପତ୍ର ସହ କାଠ ପାଦ ସହିତ ଜଡ଼ିତ ସମସ୍ତ ଦସ୍ତାବିଜ୍ କୁ ସଙ୍ଗୀତ ନାଟକ ଏକାଡେମୀ ମାନନୀୟ ସଚିବ ଶ୍ରୀ ପ୍ରବୋଧ ରଥ ବାବୁ ଙ୍କ ପାଖରେ ପ୍ରଦାନ କରାଗଲା ଓ କାଠ ପାଦ ଲୋକ କଳା କୁ କେମିତି ବିଶ୍ଵ ପ୍ରସିଦ୍ଧ କରାଯାଇପାରିବ ଏହି ଉପରେ ଆଲୋଚନା କରାଗଲା ସଚିବ ଏହି କାଠ ପାଦ କୁ ଦେଖି ବହୁତ୍ ଆନନ୍ଦିତ ହେଲେ ଓ ଆଗାମୀ ଦିନ ରେ ଏହି କାଠ ପାଦ କୁ ବିଶ୍ଵ ପ୍ରସିଦ୍ଧ କରାଇବାକୁ ଆଶୀର୍ବାଦ ଓ ପରାମର୍ଶ ପ୍ରଦାନ କଲେ ।। ଏହି ବୈଠକ ବେଳେ ଗଞ୍ଜାମ କାଠ ପାଦ ଗୁରୁ ଶ୍ରୀ ସମୀର କୁମାର ବେହେରା , ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଲଚର୍ ର ପ୍ରଶାନ୍ତ ପଟ୍ଟନାୟକ, ଲୋକ କଳା ସୁହୃଦ ପରିବାର ବାଙ୍ଗାଲୋର ପ୍ରତିଷ୍ଠାତା ଓଁ ମହାପାତ୍ର ଉପସ୍ଥିତ ଥିଲେ ।। ଛତ୍ରପୁର ମାଟି ର ଏହି କଳା ବହୁ ପୁରାତନ ହେଇଥିବାରୁ ଏହି ଲୋକ କଳା ସଙ୍ଗୀତ ନାଟକ ଏକାଡେମୀ ରେ ସ୍ଥାନ ପାଉଥିବା ରୁ ଅନେକ ବୁଦ୍ଧିଜୀବି ଓ କଳାକାର ନିଜର ଖୁସି ବ୍ୟକ୍ତ କରିଛନ୍ତି ଓ ସଙ୍ଗୀତ ନାଟକ ଏକାଡେମୀ ସଚିବ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତିI

ରିପୋର୍ଟ : ନିମାଇଁ ଚରଣ ପଣ୍ଡା