ସଙ୍ଗରୋଧ କେନ୍ଦ୍ରରୁ ଡିଉଟି ସାରି ଫେରୁଥିବା ଶିକ୍ଷକଙ୍କୁ ଆକ୍ରମଣ ଓ ଲୁଟ…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ବଡ଼ଗଡ ଥାନା ଅଧୀନ ବିଜୟରଘୁନାଥପୁର ଛକରେ ଗତକାଲି ରାତିରେ ସଙ୍ଗରୋଧ କେନ୍ଦ୍ରରୁ ଡିଉଟି ସାରି ଫେରୁଥିବା ଜଣେ ଶିକ୍ଷକ ଲୁଟର ଶିକାର ହୋଇଛନ୍ତି । ଶିକ୍ଷକ ଜଣକ ହେଉଛନ୍ତି ବନ୍ଧାଗୁଡା ଗ୍ରାମର ସୌମ୍ୟରଂଜନ ଗୌଡ଼ ଓ ସେ ଢେଙ୍କିସାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।ଏହି ସଙ୍ଗରୋଧ କେନ୍ଦ୍ରରୁ ଡିଉଟି ସାରି ଗତକାଲି ରାତି ୮ଟା ସମୟରେ ସୌମ୍ୟରଂଜନ ଫେରୁଥିଲେ । ଏହି ସମୟରେ ତିନିଜଣ ଯୁବକ ବାଇକରେ ପଛରେ ପିଛା କରି ବିଜୟରଘୁନାଥପୁର ଛକ ନିକଟ ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ ।ଆଉ ତାଙ୍କୁ ଆକ୍ରମଣ କରି ୧୫୦୦ ଟଙ୍କା, ଦୁଇଟି ବ୍ୟାଙ୍କର ଏଟିଏମ. କାର୍ଡ, ଗାଡ଼ି କାଗଜପତ୍ର ଓ ଗାଡ଼ି ଚାବି ନେଇ ଚମ୍ପଟ ମାରିଥିଲେ । ସୌମ୍ୟରଂଜନ ପ୍ରଥମେ ଶେରଗଡ଼ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଆଜି ସେ ଏନେଇ ବଡ଼ଗଡ ଥାନାରେ ଏତଲା ଦେବା ସହ ଶେରଗଡ଼ ବିଡିଓ, ଶିକ୍ଷା ଅଧିକାରୀ ଓ ଆସ୍କା ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି ।

ରିପୋର୍ଟ : ବିପ୍ଳବ ସେଠୀ