ରକ୍ତଦାନ ଶିବିର ଆୟୋଜନ କରିବାକୁ ପୋଲିସ ପକ୍ଷରୁ ନିଷ୍ପତ୍ତି…

ଶେରଗଡ଼ (ସମୃଦ୍ଧ ଓଡିଶା) ଆସନ୍ତାକାଲି ଜୁନ ୨ ତାରିଖରେ ଶେରଗଡ଼ ପୋଲିସ, ଆମ ପୋଲିସ ସମିତି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଘା ରକ୍ତଦାନ ଶିବିର ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ ଏକ ବୈଠକ ବସିଥିଲା, ସକାଳ ପ୍ରାୟ ୯ଟାରେ ପୋଲିସ ଥାନା ପରିସରରେ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୁଦ୍ଧ କାଳୀନ ପରିସ୍ଥିତିରେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି, ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଥାନାଧିକାରୀ ରମେଶ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ପ୍ରସ୍ତୁତି ବୈଠକରେ ବଣିକ ସଂଘ ସଭାପତି ପି ଶିବଶଙ୍କର ପାତ୍ର, କଳିଙ୍ଗ ବୈଷ ସଂଘ ସଭାପତି ଏସ.ଅଶୋକ କୁମାର ପାତ୍ର, ବଜାରଙ୍ଗୀ ବ୍ୟବସାୟୀ ସଂଘର ରବୀନ୍ଦ୍ର ନାଥ ସ୍ୱାଇଁ, କଳିଙ୍ଗ ବୈଷ ଯୁବକ ସଂଘ ସଭାପତି ଇ.ଚିନ୍ମୟ ପାତ୍ର, ସରପଞ୍ଚ ରାମକୃଷ୍ଣ ପୋଲାଇ, ଵାଲାଜୀ ପ୍ରଧାନ, ଲଷ୍ମୀନାରାୟନ ପାଣିଗ୍ରାହୀ, ପ୍ରଦୀପ ମହାଙ୍କୁଡ, ପ୍ରଫୁଲ୍ଲ ଗୌଡ଼, ପ୍ରଦୀପ ଡାକୁଆ, ସମ୍ବାଦ ଓ ଆମ ଓଡ଼ିଶା ପ୍ରତିନିଧି ସୁବ୍ରତ ପଣ୍ଡାଙ୍କ ସମେତ ଆମ ପୋଲିସ ସମିତିର ସଦସ୍ୟ, ଶେରଗଡ଼ର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସୂର୍ଯ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ବିପ୍ଳବ ସେଠୀ