ସଂଗରୋଧ ଛାଡି ବାହାରେ ବୁଲିଲେ ଅନ୍ତେବାସୀ : ଗ୍ରାମବାସୀ ଭୟଭୀତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଭଞ୍ଜନଗର ବ୍ଲକ ମଳାଷପଦର ଆଦର୍ଶ ବିଦ୍ୟାଳୟରେ ବେଲଗୁଣ୍ଠା ଅଂଚଳର ୧୫୪ ଜଣ ଅନ୍ୟ ବ୍ଲକର ୨୪ ଜଣ ପ୍ରବାସୀ ଓଡ଼ିଆ ମଇ ମାସ ୩୦ରୁ ଆସି ସଙ୍ଗରୋଧରେ ଅଛନ୍ତି । ଗତରାତ୍ରିରେ ନିମ୍ନମାନର ଖାଦ୍ୟ ଦିଆଯାଇଥିବା ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଗତ ରାତିରେ ଦିଆଯାଇଥିବା ଖାଦ୍ୟ ନ ଖାଇ ଫୋପାଡ଼ି ଦେଇଛନ୍ତି । ଆଜିକୁ ତିନି ଦିନ ହେଲା ସଂଗରୋଧ କେନ୍ଦ୍ରର ପାଣି ମୋଟର ପୋଡି ଯାଇଛି । ସେମାନେ ବିଦ୍ୟାଳୟ ବାହାରେ ଥିବା ନଳକୂପ ବ୍ୟବହାର କରୁଛନ୍ତି । ସରପଞ୍ଚ କୌଣସି ସୁବିଧା ଯୋଗାଉ ନ ଥିବା କହିଛନ୍ତି ଅନ୍ତେବାସୀ । ସେମାନେ ଗତ ରାତିରେ ଭୋକରେ ଥିବା କାରଣରୁ ଆଜି ସକାଳେ ୪୦ରୁ ୫୦ଜଣ ଯୁବକ ବିସ୍କେଟ କିଣିବା ପାଇଁ ଗ୍ରାମର କିଛି ଦୋକାନକୁ ଆସିଥିଲେ ଅନ୍ତେବାସୀ ମାନଙ୍କୁ ଦେଖି ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ଅନ୍ତେବାସୀ ମାନେ ବାହାରେ ବୁଲୁଥିବା ଖବର ପାଇ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ ଓ ଜିଲୁଣ୍ଡି ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୭ ଦିନ ସଂଗରୋଧରେ ରଖିବା ପାଇଁ ନିର୍ଦେଶ ରହିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ୭ ଦିନ ଅବଧି ବଢାଇବା ପାଇଁ ନିର୍ଦେଶ ଆସିଛି । ଏ ନେଇ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଅନ୍ତେବାସୀ ମାନେ ଅଧିକା ବିଶୃଙ୍ଖଳା ସୃଷ୍ଟି କରୁଥିବା କାରଣରୁ ସେମାନଙ୍କୁ ଆଜି ନିଜ ବ୍ଲକ ବେଲଗୁଣ୍ଠାକୁ ୧୫୪ ଜଣ ଅନ୍ତେବାସୀଙ୍କୁ ପଠାଇ ଦିଆଯିବ । ସେପଟେ ଏ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ରିପୋର୍ଟ – ନିଲୁ ବିଷୋୟୀ