ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀରମୋହନଙ୍କ ୧୦୩ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ରହିଥିବା ପ୍ରତୀମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି । ଆଜି ଶିକ୍ଷକ-ଶ୍ରମିକ କର୍ମଚାରୀ ସମନ୍ନୟ ସମିତି ଓ ଫକିରମୋହନ ସ୍ମୃତି କମିଟି ପକ୍ଷରୁ ଲକ୍ଷଣନାଥ ହାଟପଦା ସେବାଶ୍ରମରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଦିଲ୍ଲିପ କୁମାର ଗିରି, ରବିନ୍ଦ୍ର ବାରିକ, ଭାସ୍କର ମିଶ୍ର, କୂଳଦିପ ଗିରି, ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଂପାଦକ କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ ମହାନ୍ତି, ରବିନ୍ଦ୍ର ବାରିକ, ଡ. ବିପିନ ବିହାରୀ ବିଶ୍ୱାଳ, ଶରତ ପରିଡା, ଅଜୟ ଗିରି ପ୍ରମୁଖ ସ୍ମୃତିଚାରଣ କରିବା ସହିତ ମାଲ୍ୟାର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା