ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ହେଲେ ବିଜେପିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କୁ ନିକଟରେ ରାଜ୍ୟ ମୁଖ୍ୟ ସାଂଗଠନିକ କମିଟିର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଦୀର୍ଘ ୯ବର୍ଷ ବିଧାୟକ ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ୧୫ ବର୍ଷରୁ ଉର୍ଦ୍ଧ୍ୱ ସେ ଜିଲା କଂଗ୍ରେସରେ ସଭାପତିଭାବେ ନିରବଛିନ୍ନ କାର୍ଯ୍ୟ କରିଥିଲେ । ସେ ଜଣେ ଦକ୍ଷ ନେତା ହୋଇଥିବାରୁ ଏହି ପରିପ୍ରେକ୍ଷିରେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି କଡ୍ଡା, ମହାସଚିବ ଓ ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି । ଫଳରେ ଜଳେଶ୍ୱରର ବହୁ ବିଜେପି ନେତା ଧନ୍ୟବାଦ ଦେବା ସହିତ ଦଳର ମଜବୁତ୍ ହୋଇପାରିବ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା