ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ରଘୁନାଥ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉଦ୍ଘାଟନ କରିଥିଲେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଏବଂ ମୁଖ୍ୟ ବକ୍ତା ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଲୋକନାଥ ସାହୁ,ଶ୍ରୀମତୀ ସାବିତ୍ରୀ ନାୟକ,ଶ୍ରୀଯୁକ୍ତ ମିହିର କୁମାର ତ୍ରିପାଠୀ,ଶ୍ରୀମତୀ ଉଷା ରାଣୀ ମହାପାତ୍ର,ଶ୍ରୀମତୀ ଶାନ୍ତିଲତା ମୁଦୁଲି,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି,ଶ୍ରୀଯୁକ୍ତ ସୁଦୀପ୍ କୁମାର ସାହୁ,ସଭାପତି ଇଂ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ଜ୍ୟୋସ୍ନା ରାଣୀ ପାତ୍ର ବାର୍ଷିକ ବିବରଣୀ ପାଠ,ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁଜାତା ପାତ୍ର ଅତିଥି ପରିଚୟ , ପରିଚାଳନା ସମିତି ସଭ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଲୁପ୍ତ ପ୍ରାୟ ଦାସକାଠିଆ ଯାହାକି ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୂମା ମାନେ ପରିଚାଳନା କରିଥିଲେ।
ରିପୋର୍ଟ : ରଜତ ପଟ୍ଟନାୟକ