ଶେଷରେ ବଦଳି ହେଲେ ବହୁଚର୍ଚ୍ଚିତ ଗ୍ରାମରକ୍ଷୀ : ଯୋର ଧରିଛି ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିବର୍ଷ ଧରି ୫୭ ରାଜ୍ୟ ରାଜପଥର ଆମ୍ବଳିଅଠା ତନଖି ଫାଟକ ଓ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକଠାରେ ୨ଜଣ ଗ୍ରାମରକ୍ଷୀ କାର୍ଯ୍ୟ କରି ଆସୁଥିଲେ । ଇତି ମଧ୍ୟରେ ୩ଜଣ ପୋଲିସ୍ ଇନିସ୍‌ପେକ୍ଟର ବଦଳି ହୋଇଥିବା ବେଳେ ଏବଂ ୨ଟି ତନଖି ଫାଟକ ଉଚ୍ଛେଦ ହୋଇଥିବା ମଧ୍ୟ ସେହି ୨ଜଣ ଗ୍ରାମରକ୍ଷୀ ସେଠାରେ ମୁତୟନ ରହୁଥିଲେ । ୬୦ନଂ ଜାତୀୟ ରାଜପଥର ତନଖି ଫାଟକ ଠାରେ ଅନନ୍ତ କୁମାର ମଣ୍ଡଳ ଏବଂ ୫୭ ରାଜ୍ୟରାଜପଥର ଆମ୍ବଳିଅଠା ତନଖି ଫାଟକଠାରେ ବୀର ଭଂଜ ନାମକ ଗ୍ରାମରକ୍ଷୀର କେବେ ବଦଳି ହେଉନଥିଲା । ନିକଟରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ବଦଳି ପରେ ଭାରପ୍ରାପ୍ତ ଅଧିକାରୀ ନଗରଦୀପ ସେଠୀ ଅନନ୍ତ କୁମାର ମଣ୍ଡଳଙ୍କୁ ସେଠାରୁ ବଦଳି କରିଛନ୍ତି । କିନ୍ତୁ ଏହି ଦୁଇ ଗ୍ରାମରକ୍ଷୀଙ୍କର ନିଜ ଗ୍ରାମରେ କର୍ତ୍ତବ୍ୟ ସାଧନ କରୁନଥିବା ବେଳେ ସେମାନଙ୍କୁ କାହିଁକି ଏହି ଦୁଇ ଉପାନ୍ତ ତନଖି ଫାଟକ ନିକଟରେ ମୁତୟନ କରାଯାଇଥିଲା ତାହା ନେଇ ଜଳେଶ୍ୱରର ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଥିଲା । ଏମାନଙ୍କର ବହୁ ଆୟ ବହିର୍ଭୁତ ସମ୍ପତ୍ତି ଥିବାର ଅନୁମାନ କରାଯାଏ । ତେଣୁ ଏମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ହେବାକୁ ବହୁ ଲୋକ ଦାବି କରିଛନ୍ତି ।