ନୂଆବଜାର ମିଲବାଡି ପ୍ରତି ପ୍ରଶାସନର ଉପେକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ନୂଆବଜାର ମିଲ କଲୋନୀ ପ୍ରତି ସ୍ଥାନୀୟ ପ୍ରଶାସନର ଉକ୍ଷୋ ଯୋଗୁଁ ଏହାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆର୍ଷଣ କରାଯାଇଛି । ଚିନ୍ମୟ ଦାସଙ୍କ ଘରଠାରୁ ଯାଇଥିବା କଂକ୍ରିଟରୋଡର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି କଂକ୍ରିଟ ରାସ୍ତାଟି କେତେକଙ୍କ ଘର ନିକଟ ପର୍ଯ୍ୟନ୍ତ ଯାଇନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିର୍ମାଣ ହୋଇଥିବା ଜଳନିଷ୍କାସନ ନାଳରୁ ପାଣି ନିଷ୍କାସନ ହେଉନଥିବାରୁ ଏହା ନିର୍ମାଣରେ ତୃଟିଥିବା ସଂପର୍କରେ କହୁଯାଇଛି । ଏହି ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଗୁଡିକ ଜଳୁନଥିବାରୁ ରାସ୍ତଟି ରାତିରେ ସଂପୂର୍ଣ୍ଣ ଅନ୍ଧାରରେ ରହୁଛି । ପ୍ରତ୍ୟେକେ ହେଲ୍ଡିଂ ଟ୍ୟାକ୍ସ ଦେଉ ଥିବା ବେଳେ ସେମାନଙ୍କ ପ୍ରତି ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ସୁଜୟ କୁମାର ଗିରି, ଗୌରାଙ୍ଗ ଚରଣ ଦାସ, କେଦାର ନାଥ ଗିରି, ସୁବୋଧ କୁମାର ଭୂୟାଁ, ବାସୁଦେବ ଭୂୟାଁ, ଗୋବିନ୍ଦ ମହାପାତ୍ର, ପ୍ରଫୁଲ୍ଲ ଦେ, ଅରୁଣ ମହାନ୍ତି, ସୁରେଶ ମାଣିକ, ମିଟିକା ଭଂଜ, ମିହିର କୁମାର କର ପ୍ରମୁଖ ଜଣାଇଛନ୍ତି ।