ଶିଶୁ ବିକାଶ ପ୍ରକଳ୍ପ ସମୀକ୍ଷା ବୈଠକ:ଅଙ୍ଗନୱାଡି କେନ୍ଦ୍ରକୁ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ସୋମବାର ଦିନ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ଏବଂ ଅଙ୍ଗନୱାଡି କେନ୍ଦ୍ରକୁ ଆକର୍ଷଣୀୟ କରିବା ପାଇଁ ଆଲୋଚନା କରିଥିଲେ । ଆଲୋଚନା ପରେ ଗଞ୍ଜାମ ଜିଲ୍ଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଛୋଟ ପିଲାମାନଙ୍କୁ ଆକୃଷ୍ଟ କରିଲାଭଳି ଚଟାଣରେ ଭିନାଇଲଫ୍ଲୋରିଂ କାର୍ପେଟ ପକାଇବା । ବିଦ୍ୟୁତ, ପାନୀୟଜଳ ଓ ଶୌଚାଳୟ ସୁନିଶ୍ଚିତ ରଖିବା, ପିଲାମାନେ ଖେଳିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରଖିବା । ଜିଲ୍ଲାରେ ଥିବା ୫,୧୪୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୪୦ଟି ରେ ପ୍ରଥମେ ଏହା କାର୍ଯ୍ୟକାରୀ କରାଯିବ । ଅଙ୍ଗନୱାଡି କର୍ମଚାରୀ ସଫାସୁତୁରା ହୋଇ କେନ୍ଦ୍ରକୁ ଆସିବେ । ସୁପରଭାଇଜରମାନେ ରିତିମତ କେନ୍ଦ୍ର ପରିଦର୍ଶନରେ ଯିବେ । ଯିଏ ଅବହେଳା କରିବ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଜିଲ୍ଲପାଳ ନିଜେ ଏହାର ଶୁଣାଣି କରିବେ । ଆକର୍ଷଣୀୟ ଅଙ୍ଗନୱାଡି କେନ୍ଦ୍ରର ଫଟୋ ପଞ୍ଚାୟତ କାର୍ଯ୍ୟାଳୟରେ ଲଗାଯିବ । ବର୍ତ୍ତମାନ ଠାରୁ ଅଙ୍ଗନୱାଡି କେନ୍ଦ୍ରଗୁଡିକର ନୂତନ ଭାବେ ହେଉଥିବା ଘର ପ୍ରାଥମିକ ବିଦ୍ୟାଳୟ ପରିସରରେ କରିବା ପାଇଁ ଜିଲ୍ଲପାଳ କହିଛନ୍ତି । ଅଙ୍ଗନୱାଡି କେନ୍ଦ୍ରକୁ ସହଯୋଗ କରିବା ପାଇଁ ସ୍ଥାନୀୟ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନଗୁଡ଼ିକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯିବ । ଲୁଚାଛପାରେ ଯଦି କେଉଁଠି ଭୃଣ ଲିଙ୍ଗ ନିରୂପଣ କରାଯାଇଥାଏ, ଅଙ୍ଗନୱାଡି କର୍ମୀମାନେ ଖବର ସଂଗ୍ରହ କରି ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଅତ୍ୟଧିକ କ୍ରିୟାଶୀଳ କରାଯିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ମାର୍କେଟ ୟାର୍ଡ଼ କରାଯିବ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଛତ୍ପୁର, ହିଞ୍ଜିଳି ଓ ଆସିକାରେ ମାର୍କେଟ ୟାର୍ଡ ସ୍ଥାପନ କରାଯିବାକୁ ନିଷ୍ପତି ନିଆଯାଇଛି । ଗ୍ରାମପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଗୃହ କରାଯବି । ଜିଲ୍ଲାରେ ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହାୟତା ନିଆଯିବ । ବୈଠକରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା