କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ କେ. ସୁରିୟା ରାଓ….

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)କଂଗ୍ରେସ ଛାଡିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୁରିୟ ରାଓ। ଆଜି ପାରଳାଖେମୁଣ୍ଡି ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ବିଳନୀ ଡାକି ଏହା ଘୋଷଣା କରିଛନ୍ତି । ସେ ଲିଖିତ ଭାବେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ତାଙ୍କ ଇ ମେଲ ଯୋଗେ ପଠାଇଛନ୍ତି ବୋଲି ଜଣାଇଲେ । ଗତ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାର ପାଇଁ ବଜେପି ଦଳର ବହୁ ବଡ ବଡ ନେତା ଏମିତି ଯେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ଅମିତ ସାହା ଓ ଆଞ୍ଚଳିକ ଦଳ ବିଜେଡିର ପ୍ରଚାର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଆସିଥିବା ବେଳେ କଂଗ୍ରେସଦଳର ସାଧାରଣ ଛୋଟିଆ ନେତା ଟିଏ ବି ଆସିଲେ ନାହିଁ ଫଳରେ କଂଗ୍ରେସର ଏଠି ପରାଜୟ ହେଲା ବୋଲି ଅଭିଯୋଗ କରି ସେ ଦଳ ଛାଡିଛନ୍ତି ବୋଲି କହିଲେ। ଦଳ ଛାଡିବା ପରେ ସେ କେଉଁ ଦଳକୁ ଯିବେ ନା ସନ୍ୟାସ ନେବେ ତାହା ଶ୍ରୀ ରାଓ ଏଯାଏଁ ଠିକ କରି ନାହାନ୍ତି ବୋଲି କହିଛନ୍ତି କିନ୍ତୁ ଏଠି ବିଜେପି ବିଜୟୀ ହୋଇଥିବାରୁ ବଜେପିରେ ସେ ସାମିଲ ହେବି ନାହିଁ ଏବଂ କର୍ମୀମାନେ ଯେଉଁ ଦଳକୁ ଯିବାକୁ କହିବେ ସେହି ଦଳରେ ସାମିଲ ହେବି ବୋଲି ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ସୂରିୟା ରାଓ କହିଥିଲେ । ଶ୍ରୀ ରାଓ ଜଣାଇଛନ୍ତି ସେ ପୁଣି ତୃଣମୂଳ ସ୍ତରରୁ କାମ କରିବେ ପ୍ରତେକ ଗାଁ ବୁଲି କର୍ମୀ ଓ ଭୋଟରମାନଙ୍କ ସହ ମିଶି କାମ କରି ସୁଖ ଦୁଃଖ ରେ ସାମିଲ ହେବି ବୋଲି କହିଥିଲେ ।

ରିପୋର୍ଟ :ପାରଳାଖେମୁଣ୍ଡି ରୁ କୃଷ୍ଣ କୁମାର ବେହେରା