ଶିଶୁଙ୍କ ଯୌନ ଶୋଷଣ ମୁକ୍ତ ସକାଶେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ:ଶିଶୁ ଯୌନ ସୁରକ୍ଷା ନିମନ୍ତେ ଗ୍ରାମଞ୍ଚଳରୁ ସମନ୍ୱୟର ଆବଶ୍ୟକତା ରହିଛି

ବ୍ରହ୍ମପୁର ରାଜସ୍ଵ ଡାକ ବଙ୍ଗଳାରେ ଶିଶୁ ମାନଙ୍କ ଯୌନ ନିର୍ଯ୍ୟାତନା ମୁକ୍ତ କରିବା ନେଇ ଏକ ଜିଲ୍ଲା ସ୍ତରୀୟ ସାମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱେଚ୍ଛାସେବୀ ସଂଗଠନର ଦେବାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୃନ୍ଦାବନ ପଣ୍ଡା ଅଧକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଲଡ ଭିଜନ ଇଣ୍ଡିଆ ନିତା ମେଡମ, ବିରେନ ଦିଗାଲ, ଚନ୍ଦନ ନାୟକ, ସୁନନ୍ଦା ସିଂ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଅମୀୟ ତ୍ରିପାଠୀ, ଗଜପତି ଜିଲ୍ଲାର ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଅଳକା ସାହୁ, ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି,ବରିଷ୍ଠ ଆଇନଜିବି ଟି. କେ. ରେଡି, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ନରେଶ କୁମାର ସାହୁ, ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ଶରତ ମହାରଣା, ପ୍ରମୁଖ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ । ତୃଣ ମୂଳ ସ୍ତରରୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଗ୍ରାମ ସ୍ତରରେ ସମ୍ଭାବ୍ୟ ଶିଶୁ ଅଧିକାର କ୍ଷୁର୍ଣ୍ଣ ଶିଶୁଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିରେ ଆଲୋଚନା କରିବା ନିୟମ ରହିଛି । ଶିଶୁ ମାନଙ୍କ ଯୌନ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା ରୋକିବା ସକାଶେ ଗ୍ରାମର ଆଶା, ଅଙ୍ଗନବାଡି, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ମହିଳା ସ୍ୱୟଂ ସହାୟକ ଦଳ, ପଞ୍ଚାୟତ ସ୍ତରୀୟ ମହାସଂଘ, ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ, ଶିଶୁ ସୁରକ୍ଷା ଅଧିକାରୀ, ପଞ୍ଚାୟତ ଅଧିକାରୀ, ଚାଇଲଡ ଲାଇନ, ସଖି, ମାନଙ୍କ ଏକାଭିମୁଖି କରଣ ଲକ୍ଷ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏଥିରେ ଯୌନ ଶିକାର, ଏସିଡ ଆକ୍ରମଣ ଶିଶୁ ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯଇଥିବା କଥା ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ସଂଗଠନର ସୁବ୍ରତ ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଏଥିରେ ଅରୁଣ ଶତପଥି, ପ୍ରଶାନ୍ତ ସ୍ୱାଇଁ, ଅରୁଣ ପାତ୍ର, ପ୍ରଦୀପ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା