ନାଟକ ଉଦଘାଟନ କଲେ ବିଧାୟକ ରମେଶ ଜେନା…

ଚଳିତ ବର୍ଷର ଶୀତଳ ଷଷ୍ଠୀ ଯାତ୍ରା ପାରମ୍ପରିକ ରୀତିରେ ମହାସମାରୋହରେ ସାନଖେମୁଣ୍ଡି ବ୍ଲକ୍ ଛଣମେରି ସ୍ଥିତ ଶ୍ରୀ କପିଳେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ବୈଦିକ ରୀତିରେ ଦେବ ଦମ୍ପତିଙ୍କ ଶୁଭ ବିବାହ କାର୍ଯ୍ୟକ୍ରମ ସୁବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଥିବା ବେଳେ ଅଞ୍ଚଳ ଭକ୍ତ ମଣ୍ଡଳୀ ଏବଂ ଶୈବ ପୀପାସୁଙ୍କ ସମାଗମ ହୋଇଅଛି । ଏହି ପରିପ୍ରେକ୍ଷୀରେ ଉଦଯାପନୀ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାକୁ ଗ୍ରାମର ନୂଆଁ ସାହି ସ୍ତିତ ଶ୍ରୀ ବିନାୟକ ଯୁବକ ସଂଘ ଶୌଜନ୍ୟରୁ ଆୟୋଜନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ତୃତୀୟ ଅବଦାନ ଭାବରେ ଗ୍ରାମ କଳାକାରଙ୍କୁ ନେଇ ଏକ ସାମାଜିକ ନାଟକ  ସୁଖ ଆସିଥିଲା ଭଗାରୀ ହୋଇ ମଞ୍ଚସ୍ଥ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାଟକର ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗଦେଇଥିଲେ । ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ବାବୁଲା ଦୋରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନଏସି ଉପାଧ୍ୟକ୍ଷ କାପଲ୍ କୁନା , କାଉନସିଲର ଦୀପକ ମିଶ୍ର , ମୋହନା ବ୍ଲକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ , ଫାଶୀଗୁଡା ସରପଞ୍ଚ ଶିବ ବିଷୋୟୀ , ଗଙ୍ଗାପୁର , ମୌଳାଭଞ୍ଜା ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ବିନୋଦ ସାହୁ, ଦିଲ୍ଲୀପ ପ୍ରଧାନ,ଏ ଜଟିଆ ଦୋରା, କୈଳାଶ ମହାରଣା, ବାବୁଲା ବିଷୋୟୀ, ଅଲେଖ ନାୟକ, ଆଲୋକ ପାଣିଗ୍ରାହୀ, ବିଜୟ ମାଦଳା, ଝିଅ, ଅଜିତ ନାୟକ , ହରି ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା