ଶିକ୍ଷାର ମାନ ବୃଦ୍ଧିଲାଗି ଅଧ୍ୟାପକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ ସେମାନେ ସଚେତନ ନ ହେଲେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ଅବସମ୍ଭାବୀ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ସାଂପ୍ରତିକ ସମାଜରେ ଶିକ୍ଷା ବ୍ୟବସ୍ଥା ଲାଗି ସରକାର ବିଭିନ୍ନ ଯୋଜନା ଓ ପ୍ରତ୍ସାହନର ବ୍ୟବସ୍ଥା କରୁଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆଦର ବଢିବା, ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଉଚ୍ଚ ଶିକ୍ଷା ବିଭାଗରେ ଅଧ୍ୟାପକମାନେ ଏଥିଲାଗି ଆତ୍ମ ସମୀକ୍ଷା କରିବା ଉଚିତ୍ । ଫଳରେ ଶିକ୍ଷା ବ୍ୟବସ୍ଥାର ବିକାଶ ଘଟିଲେ ଏ ଜାତି ଉନ୍ନତିର ଶୀର୍ଷ ସୋପାନରେ ପହଞ୍ଚି ପାରିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି । ଜଳେଶ୍ୱର ମହିଳା ମହାବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଧାୟକ ତଥା ପରିଚାଳନା କମିଟିର ସଭାପତି ଅଶ୍ୱିନୀ କୁମାର ପାତ୍ର ଅଧ୍ୟକ୍ଷତା କରି ୧୯୮୪ ମସିହାରେ ତତଥକାଳୀନ ବିଧାୟତ ସ୍ୱର୍ଗତ ଗଦାଧର ଗିରିଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ସଫଳତାର ଶିର୍ଷସ୍ଥାନରେ ପହଞ୍ଚିଛି ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଯୋଗ ଦେଇ ଏକ ବିଂଶ ଶତାବ୍ଦୀର ମଣିଷର ଉତ୍ଥାନ ଶିକ୍ଷା ଦ୍ୱାରା ହେଉଛି, ତେଣୁ ଓଡିଶା ସରକାର ପ୍ରତ୍ୟେକ ଅଧ୍ୟାପକଙ୍କୁ ପ୍ରାୟ ୟୁଜିସି ଦରମାରେ ପ୍ରାୟ୨ଲକ୍ଷ ଟଙ୍କାର ଦରମା ପାଇବା, ଛାତ୍ରଛାତ୍ରୀଙ୍କ ପ୍ରତି ବିଭିନ୍ନ ପ୍ରତ୍ସୋହନ ଦିଆଯାଉଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦିଆଯିବା ଆଲୋଚ୍ୟର ବିଷୟ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟାପକ ଡ. ସତିଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଶିକ୍ଷା ହିଁ ମଣିଷ ସମାଜକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇଛି, ଏକ ସଭ୍ୟ ସମାଜ ଗଠନ ଲାଗି ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ ଓ ଆମେ ସମସ୍ତେ ବ୍ରତୀ ହେବା ଉଚିତ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ କମଳାକାନ୍ତ ଚାନ୍ଦ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ସତ୍ୟମୟ ଆଚାର୍ଯ୍ୟ ମଂଚ ଆହ୍ୱାନ ଓ ଅଧ୍ୟାପକ ଦିଲ୍ଲୀପ କୁମାର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଡା. ପଦ୍ମନାଭ ପ୍ରଧାନଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ଦେବଦାସୀ ମଂଞ୍ଚସ୍ଥ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା