“ମାନବବାଦ ଓ ଶାନ୍ତି ପ୍ରତିଷ୍ଠା ଲାଗି ବିଶ୍ୱରେ କୌଣସି ଭୌଗଳିକ ସୀମା ନାହିଁ”:୩୦ତମ ଦାନ୍ତୁନ ଗ୍ରାମୀଣ ମେଳାରେ ମତ ପ୍ରକାଶ …

ଜଳେଶ୍ୱର(ସମୃଦ୍ଧ ଓଡିଶା)ପଶ୍ଚିମବଂଗ ଓ ଓଡିଶା ସୀମାନ୍ତ ଦାନ୍ତୁନ ଠାରେ ୩୦ତମ ଦାନ୍ତୁନ ଗ୍ରାମୀଣ ମେଳା-୨୦୧୯ ଉଦଘାଟିତ ହୋଇଛି । ଏହାକୁ ଓଡିଆ ଚଳଚିତ୍ର ତାରକା ତଥା କମିଟିର ପୃଷ୍ଠପୋଷକ ବିଜୟ ମହାନ୍ତି ଉଦଘାଟନ କରି ଦୁଇ ରାଜ୍ୟ ମଧ୍ୟରେ କଳା, ସଂସ୍କୃତି, ପରମ୍ପରା, ଭାଇଚାରା ପ୍ରଭୃତି ବୃଦ୍ଧି କରିବାରେ ଏହି ମହୋତ୍ସବ ସଂପର୍କର ସେତୁ ବୋଲି କହିଥିଲେ । ଗ୍ରାମୀଣ ମେଳାର ମୁଖ୍ୟ ଉପଦେଷ୍ଟା ତଥା ସଭାପତି ଅଲୋକ ନନ୍ଦୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡ. ଅଦୈତ୍ୟ କୁମାର ପାତ୍ର ଯୋଗ ଦେଇ ପଶ୍ଚିମ ବଂଗର ବିଭିନ୍ନ ଓଡିଆ ଭାଷାଭାଷୀ ଅଂଚଳରେ ଓଡିଆ ଚାଟଶାଳୀ ଖୋଲି ଭାଷା ସୁରକ୍ଷା ଓ ବନ୍ଧୁତା ସୃଷ୍ଟି ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ କବି ସୂର୍ଯ୍ୟକୁମାର ନନ୍ଦୀ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଉଦ୍ଘାଟନୀ ଉତ୍ସବ ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରାରେ ଆବାଳ ବୃଦ୍ଧବନିତା, କଳାକାର, ଛାତ୍ରଛାତ୍ରୀ ଓ ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନେ ସଭାସ୍ଥଳକୁ ଆସିବାପରେ ସହିଦ୍ ବେଦୀରେ ମାଲ୍ୟାର୍ପଣ କରିଥିଲେ। ଆଜି ୨ୟ ଦିବସରେ ଆର୍ନ୍ତଜାତୀୟ ମୌତ୍ରୀ ଉତ୍ସବ ସଭାପତି ଅଲୋକ ନନ୍ଦୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସବ୍ୟସାଚୀ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବାଲେଶ୍ୱର ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ଭୋଗରାଇର ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର, ଦକ୍ଷିଣ ଏସିଆ ବନ୍ଧୁତ୍ୱ ସଂଗଠନର ମୁଖ୍ୟ ସତ୍ପାଲ, ଆଫଗାନିସ୍ଥାନର ଖାତିମା ଇମାମୀ, ଭୁଟାନ୍ର ସୁଦେଶ ପୋଖ୍ରେଲ, ବାଂଲାଦେଶର ଅବଦୁଲ ବନାମ୍ , ଏଟିଏମ୍ ମମତାଜୁଲ କରିମ୍, ପଂଜାବର ପୂର୍ବତନ ଡିଜିପ ଡ. ଡି.ଆର୍ ଭାଟି ଓ ଡିପି ଗ୍ରଭାଲ, କେରଳର ମାୟାରାଣୀ ଜୀ ଓ ଚିତ୍ରା ସୁକୁମାରାନ୍, ଆସାମର ଏଲୋରା ବୋରା, ଆନ୍ଧ୍ରପ୍ରଦେଶର ଡ. କେଭି ଭାର୍ଗବ କୁମାର, ତେଲେଙ୍ଗାନାର ଡ. କେ ରବିକୁମାର, ପଶ୍ଚିମବଂଗର ରାଧାପଦ ମଣ୍ଡଳ ଓ ଆନନ୍ଦ ମହାରୟ, ଗୁଜୁରାଟର ଡ. କାଜଲ ମୁଲେ, ଦିଲ୍ଲୀର ସାମ୍ବାଦିକ ମଣିମାଳା, ମଧ୍ୟପ୍ରଦେଶର ଏନ୍ ଖଣ୍ଡ ଗ୍ରୀ, ପ୍ରଭୃତି ଯୋଗ ଦେଇ ମାନବବାଦ ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ୱରେ କୌଣସି ଭୌଗଳିକ ସୀମା ନାହିଁ, ରାଜନିତୀ ସଂକୀର୍ଣ୍ଣତାର ଉଦ୍ଧ୍ୱର୍ରେ ରହି ବାସ୍ତବ ପରିସ୍ଥିତିକୁ ସମ୍ନାକରି ନୂତନ ଚେତନା ଓ ଜାଗରଣ ସୃଷ୍ଟି ପାରିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି କହିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ପରମାଣ ଓ ଉଦ୍ଯାନ ବୋମାର ପ୍ରତିଯୋଗୀତା ଓ ଭୟାବହତା ଲାଗି ରହିଥିବା ବେଳେ ଏପରି ବିଶ୍ୱପ୍ରୀତି ଭାତୃତ୍ୱ ବୃଦ୍ଧି ପାଇବ ବୋଲି କହିଥିଲେ । ଶେଷରେ ଉତ୍କଳ ବଂଗ ମୌତ୍ରୀ ସଂଗଠନର ସଂପାଦକ ସୁକୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରୀ ଜିନିଆ ଦାସ, ପ୍ରେରଣା ଦାସ, ଆନନ୍ଦ ମହାରାଜ ଏବଂ ମଧ୍ୟପ୍ରଦେଶରୁ ଆସିଥିବା ସୁଶ୍ରୀ ଇଭାନା ସଂଗୀତ ପରିବେଶଣ କରିଥିଲେ । ଏହି ଅବସରରେ ଡ. କାର୍ତ୍ତିକେଶ୍ୱର ପାତ୍ରଙ୍କ ଲିଖିତ ମତ୍ସ୍ୟଗନ୍ଧା ସତ୍ୟବତୀ ବଂଗଳା ପୁସ୍ତକକୁ ଅତିଥିମାନେ ଉ ନ୍ମୋଚନ କରିଥିଲେ । ସଂଧ୍ୟାରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା