ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷାବିତ ପୀତବାସ ପ୍ରଧାନଙ୍କ କର୍କଟ ରୋଗରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସେ ଖୁବ୍‌ ଭଲ ଛାତ୍ର ଓ ପରିଶ୍ରମୀ ଥିଲେ । ଅନେକ ସମାଜସେବା ଓ ଜନମଙ୍ଗଳ କାର୍ଯ୍ୟ କରି ଆସିଥିଲେ । ସେ ଜୀବନ ଜୀଇଁବାକୁ ସତଚେଷ୍ଟାରେ ଲଢେଇ କରୁଥିଲେ । ଅନେକ ଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କ୍ୟାନ୍ସର ଚିକିତ୍ସା ପରେ ଶରୀରର ଅବସ୍ଥା ଆହୁରି ଶୋଚନୀୟ ହୋଇ ଯାଇଥିଲା । ସେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଥିବା ସମୟରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ କର୍କଟ ରୋଗରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଅର୍ଥରେ ବାଧକ ସାଜିଥିଲା । ସେଠାରେ ଚିକିତ୍ସାରେ ଭଲ ନ ହେବା ପରେ ନିଜ ଗ୍ରାମ ସୋରଡ଼ା ବିଷ୍ଣୁପୁରଠାରେ ଏକ ଆୟୁର୍ବେଦ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କ ଘର ବିଷ୍ଣୁପୁର ଗ୍ରାମ (ସୋରଡ଼ା)ରେ ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା