ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଦିଗପହଣ୍ଡି ରାଜ ନହର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକାରିଣୀର ଶୁଭ ଉଦ୍‍ଘାଟନ କରିଥିଲେ । ଜିଲ୍ଲା ସାଧାରଣ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ ଅତିଥି ପରିଚୟ ପ୍ରଦାନ କରଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ଏନ୍‍.ରାଜେନ୍ଦ୍ର କୁୂମାର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଜିଲ୍ଲା ସଭାପତି ବିଭୁତି ଜେନା ତାଙ୍କ ସ୍ୱାଗତ ଭାଷଣରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ସମ୍ପର୍କ, ସଙ୍ଘର୍ଷ ଏବଂ ସଂଗଠନ ମାଧ୍ୟମରେ ଲୋକଙ୍କ ସହିତ ଯୋଡି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ରାଜ୍ୟରେ ଚାଲିଥିବା ଦୁର୍ନିତିଗ୍ରସ୍ଥ ବିଜେଡି ସରକାରକୁ ମୂଳତ୍ପାଟନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକାରିଣୀରେ ମହନ୍ତ ଚିନ୍ମୟାନନ୍ଦ ଦାସ ମୋଦି ଶାସନରେ ଓଡିଆଙ୍କୁ ସମ୍ମାନୀତ କରି ଜଣେ ଜନଜାତି ବର୍ଗର ମହିଳାଙ୍କୁ ସର୍ବୋଚ୍ଚ ସାମ୍ବିଧାନୀକ ପଦବୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମନୋନୟନ କରିଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ । କୃଷକଙ୍କୁ ସମ୍ମାନ ଏବଂ କୃଷକ କଲ୍ୟାଣକୁ ପ୍ରାଥମିକତା, ଯୁବକଙ୍କ ପାଇଁ ମିଶନ ଅଗ୍ନିପଥ ଯୋଜନା, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ୱରୂପ ଜୁଲାଇ ୧୫ ତାରିଖରୁ ଆଗାମୀ ୭୫ ଦିନ ଯାଏଁ ୧୮ରୁ ୫୯ବର୍ଷ ବୟସ ବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆ ଯିବାକୁ ଆଜିର କର୍ଯ୍ୟକାରିଣୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ । ପୂର୍ବତନ ଜିଲ୍ଲା ସଭାପତି ନନ୍ଦ କିଶୋର ସାହୁଙ୍କ ସ୍ମୃତିରେ ଆଜି ଜିଲ୍ଲା ଉପ-ସଭାପତି ପରେଶ ଚନ୍ଦ୍ର ରଥ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲାରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ, ବିଜୁଳୀ ସମସ୍ୟା, ଆଇନ ସୃଙ୍ଖଳା ଇତ୍ୟାଦି ବିଷୟ ଗୁଡିକ ଆଲୋଚନା ହୋଇଥିବା ବେଳେ ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ବେଞ୍ଚ ମାର୍କ ଭେଲ୍ୟୁଏସନ ଏବଂ ରଙ୍ଗେଇଲୁଣ୍ଡା ଠାରେ ଏୟୀରପୋର୍ଟ ନିର୍ମାଣ ବିଷୟକୁ ନେଇ ଆଜିର ରାଜନୈତିକ ଚିଠା ପ୍ରସ୍ତାବକୁ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ ଆଗତ କରିଥିଲେ । ଏହି ରାଜନୈତିକ ଚିଠା ପ୍ରସ୍ତାବକୁ ଜିଲ୍ଲା ଉପ-ସଭାପତି ରାମକୁମାର ପାତ୍ର, ମନୋଜ ପଟ୍ଟନାୟକ, ସୁବାଷ ସାହୁ ପ୍ରମୁଖ ସମର୍ଥନ କରିଥିଲେ । ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ସାଙ୍ଗଠନୀକ ବୃତ୍ତ ନେଇଥିଲେ । ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ତାଙ୍କ ସମାରୋପ ଭାଷଣରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜିଯୁ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପତ୍ର ଲେଖି ନିର୍ଦ୍ଧିଷ୍ଟ ଜାଗା ନିରୁପଣ କରି କେନ୍ଦ୍ରକୁ ଜଣାଇବାକୁ କହିଥିଲେ ମଧ୍ୟ ରାଜ୍ୟ ସରକାର ଆଜି ସୁଦ୍ଧା କେନ୍ଦ୍ରକୁ ଏହାର ଉତ୍ତର ଦେଉନାହାନ୍ତି ଯାହା ଫଳରେ କି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରୁନାହିଁ । ସେହିଭଳି ରଙ୍ଗେଇଲୁଣ୍ଡା ଠାରେ ଏଇରପୋର୍ଟ ପାଇଁ ରାଜ୍ୟ ସରକାର ଜାଗା ପ୍ରଦାନ କରୁ ନଥିବାରୁ ଏଠାରେ ଏଇରପୋର୍ଟ ନର୍ମାଣ ହୋଇପାରୁନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଏୟର ପୋର୍ଟ ହୋଇସାରିଥିବା ବେଳେ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଆମ ଜିଲ୍ଲା ପ୍ରତି ଉଦାସୀନତା ହିଁ ଏୟର ପୋର୍ଟ ନିର୍ମାଣ ନ ହୋଇପାରିବାର ପ୍ରମୁଖ କାରଣ । ଆଜି ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତୀ ମୀନା ଦ୍ୟାନସାମନ୍ତରାଙ୍କ ନାମ ଘୋଷଣା କରାଯାଇଥିଲା । ସେହି ଭଳି ଗୋପାଳପୁର ଏନ୍‍.ଏ.ସିର ସଭାପତି ଭାବେ ପଞ୍ଚାନନ ବେହେରା ଏବଂ ଭିଷ୍ମଗିରି ମଣ୍ଡଳର ସଭାପତି ଭାବେ ସୁଦାମ ବେହେରାଙ୍କ ନାମ ଘୋଷଣା କରାଯାଇଥିଲା । ଆଜି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ, ଛତ୍ରପୁର ଏନ.ଏ.ସି ଚେୟାରମେନ ଶ୍ରୀମତୀ ସର୍ମିଷ୍ଠା ପ୍ରଧାନ, ପାତ୍ରପୁର ବ୍ଲକ ଚେୟରମ୍ୟାନ ୱାଇ. ସଞ୍ଜୁକ୍ତା, ବରିଷ୍ଠ ନେତା ଶିଶିର ପାଢ଼ୀ ମଞ୍ଚାସୀନ ଥିଲେ । ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ, ୱାଇ ମୋହନ ରାଓ, ନମିତା ପାଣ୍ଡା, ବାଳକୃଷ୍ଣ ସାମନ୍ତରା, ଲକ୍ଷ୍ମୀ ଚରଣ ପଣ୍ଡା, ଭୀମସେନ ବେହେରା, ଶୁଶିଳା ମଲ୍ଲୀକ, ସନ୍ତୋଷିନୀ ମହାରଣା, ବବିତା ପାତ୍ର, ରାଜେଶ ସାହୁ, ନିଳକଂଠ ସାହୁ, ଡି.କରୁଣାକର, ବନିତା ସାହୁ, ସବିତା ସାହୁ, ଏଲ.ମୋହନ ଦାସ, ମଦନ ମୋହନ ପାତ୍ର, ଧନୁ ଶବର, ସୁନିଲ କୁମାର ସାହୁ, ରାଜିବ ମିଶ୍ର, ରାମ ସାମଲ, ସୁବାସୀସ ସାହୁ, ରଜତ ପଣ୍ଡିତ, ସୁଶାନ୍ତ ନାୟକ, ବସନ୍ତ ବେହେରା, ବିଜୟ ମୁଦୁଲୀ, ସୂର୍ଯ୍ୟ ଦାସଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକାରିଣୀକୁ ପ୍ରଶାନ୍ତ ପୁଜାରୀ, ଭବାନୀ ଶଙ୍କର ପଣ୍ଡା, ହରେକୃଷ୍ଣ ପାତ୍ର, ଉଗ୍ରସେନ ସାସମଲ, ଫକୀର ବେହେରା, ଏ. ନନ୍ଦ କିଶୋର, ଏସ୍‍. ମିଟୁ ଦୋରା, ସୁଷମା ଗୌଡ, ଏମ୍‍. ଦୀପ୍ତୀମୟୀ ପ୍ରମୁଖ ସହଯୋଗ କରିବା ସହ ଜିଲ୍ଳା ପଦାଧିକାରୀ, ମୋର୍ଚ୍ଚା ସଭାପତି ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା