ଶାଳିକୋଠା ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ନାମ ସଂଜୀବନୀ ପୁସ୍ତକର ସାପ୍ତାହିକ ପାଠ ଆରମ୍ଭ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତର ଶାଳିକୋଠା ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ତରଫରୁ ଗତକାଲି ତା-୨୬/୯/୨୦୨୨ ରିଖ ସୋମବାର ଶ୍ରୀ ଶ୍ରୀ ଶାରଦୀୟ ଦୁର୍ଗାଦେବୀଙ୍କୁ ନବ ପତ୍ରକା ବ୍ରତାରମ୍ଭ ଅବସରରେ ଶାଳିକୋଠା ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ସ୍ଵାମୀ ସ୍ୱରୁପାନନ୍ଦ ପରମହଂସ ଦେବଙ୍କ ବାଣୀ ସଂକଳନକୁ ଓଡ଼ିଆରେ ଅନୁବାଦ କରିଥିବା ଡକ୍ତର ବୁଦ୍ଧେଶ୍ୱର ପତିଙ୍କ ନାମ ସଂଜୀବନୀ ପୁସ୍ତକର ସାପ୍ତାହିକ ପାଠ ଆରମ୍ଭ ହୋଇ ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପରିଷଦର ବୟଜ୍ୟେଷ୍ଠ ଓ ବୃଦ୍ଧ ଶଶିକାନ୍ତ ପ୍ରଧାନ, ଗଣେଶ ଚନ୍ଦ୍ର ଗିରି, ଶ୍ରୀଯୁକ୍ତ ଶଙ୍କର ଭଞ୍ଜ, ଶ୍ରୀମତୀ ମାଳତୀ ଦାସ, ଶ୍ରୀମତୀ ପୁଷ୍ପଲତା ପ୍ରଧାନ, ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ନାମ ସଂଜୀବନୀ ର ମାମାର୍ଥକୁ ବୁଝାଇ ଥିଲେ । ଇଷ୍ଟ ନାମ ହିଁ କେବଳ ଜପ ଦ୍ଵାରା ସକଳ ଦୁଃଖ ଯନ୍ତ୍ରଣା ରୁମୁକ୍ତି ଦିଏ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ପରିଷଦର ସାପ୍ତାହିକ ସାହିତ୍ୟ ପରିକ୍ରମାର ଅନ୍ତର୍ଭୁକ୍ତ ହୋଇ ପ୍ରତି ସୋମବାର ଅପରାହ୍ନ ୪ଟା ରୁ ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ ।

ରିପୋର୍ଟ : ଭୂପତି ପରିଡା