ଜଳେଶ୍ଵର ଥାନା ଦ୍ଵାରା ଦୂର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଥାନା ଅଞ୍ଚଳରେ ବହୁ ଗ୍ରାମ ପଞ୍ଚାୟତ ଅଧିନରେ ପ୍ରାୟ ୪୨ଟି ମା ଦୂର୍ଗାଦେବୀଙ୍କ ପୂଜା ମଣ୍ଡପ ପାଇଁ ଆଜି ଅପରାହ୍ନ ୫ ଘଟିକାରେ ମୂରଲୀ କଲ୍ୟାଣ ମଣ୍ଡପ, ଜଳେଶ୍ଵର ପରିସରରେ ଆଇଆଇସି ରୋଜାଲିନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମାନ୍ୟବର ପର୍ଯ୍ୟଟନ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର, ତହସିଲଦାର ସ୍ମୃତି ରଞ୍ଜନ ମଲ୍ଲିକ, ବିଡିଓ ପୁନମ ରାଉତ, ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ଜି.କେ ଭଟ୍ଟର ହସପିଟାଲର ଡାକ୍ତର ଦିଲ୍ଲୀପ କୁମାର ପାତ୍ର, ପୌର ପରିଷଦର ଅଧ୍ୟକ୍ଷ ପ୍ରତିପ କୁମାର ପ୍ରଧାନ, ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୂବନ କୁମାର ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଅବକାରୀ ଅଧିକାରୀ ଦେବେନ୍ଦ୍ର ବେହେରା, ବ୍ରଜ ମୋହନ ପ୍ରଧାନ, ଅରୁଣ କୁମାର ବେଜ୍, ମଧୁସୂଦନ ସେନାପତି, ସମିର କୁମାର ପାତ୍ର, ଆଇନଜୀବି ସତ୍ୟ ସୁନ୍ଦର ଦାସ, କୁଞ୍ଜ ବିହାରୀ ଦାସ, ଫାଲଗୁନି ପାଣିଗ୍ରାହୀ, ବିଜୟ କାମିଳା, ଜୀତେନ୍ଦ୍ର ଦାସ୍, ସଞ୍ଜୟ କୁମାର ମହାନ୍ତି, ଅରୁଣ କୁମାର ରାଉଳ, ରିଆଜ୍ ଖାଁ, ଯାମିନୀ କାନ୍ତ ଦତ୍ତ, ଦିଲ୍ଲୀପ କୁମାର ପରିଡ଼ା, ସୁଧୀର କୁମାର ମହାନ୍ତି, ରାଧାଶ୍ୟାମ ସାହୁ, ଚନ୍ଦନ ଦାସ, ଅଗ୍ନିଶମ ବିଭାଗ, ଶିକ୍ଷକ ସୁନିଲ କୁମାର ମହାନ୍ତି, ଅନ୍ୟାନ୍ୟ ବିଭାଗର ଅଧିକାରୀ, ପୋଲିସ କର୍ମଚାରୀ ଉପସ୍ଥିତ ରହି ବିଦ୍ୟୁତ, ଅବକାରୀ, ସମସ୍ତ ପୂଜା କମିଟି ସଭାପତି, ସମ୍ପାଦକ, ସାମ୍ୱାଦିକ ଓ ଜଳେଶ୍ଵର ଅଞ୍ଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ହୋଇ ଜଳେଶ୍ଵର ଷ୍ଟେସନ ବଜାର ପୂଜା ମଣ୍ଡପ ଆଗରେ ମାଛ ଦୋକାନକୁ ପୂଜା ସମୟରେ ବନ୍ଦ ରଖିବାକୁ ପୋଲିସ ପ୍ରଶାସନକୁ ସୁଧୀର କୁମାର ମହାନ୍ତି ଅନୁରୋଧ କରିଥିଲେ ।

ରିପୋର୍ଟ : ଭୂପତି ପରିଡା