ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଷ୍ଟେମ୍ ଫର-ଗାର୍ଲସ ତରଫରୁ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଏକ ସେମିନାର ଅନୁଷ୍ଠିତ କରାଯାଇଥିଲା । ଏଥିରେ ଛାତ୍ରୀମାନେ ସମାଜରେ କିଭଳି ବିଜ୍ଞାନ ଓ ଟେକ୍ନୋଲୋଜିକୁ ଆଦରି ଏବଂ ଏହାର ସଦବ୍ୟବହାର କରି ଜଳବାୟୁକୁ ସୁନ୍ଦର ଭାବେ ସ୍ଥିର କରିହେବ, ତାହାକୁ ପରିବେଶର ବିଭିନ୍ନ ଉନ୍ନତି ହୋଇପାରିବ ଯାହା ସେମିନାର ଦ୍ୱାରା ବୁଝେଇଥିଲେ । ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତା ରାଣୀ ପାଣିଗ୍ରାହୀ ସଂଯୋଜନା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ସୁବଳୟା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡା. ଅନିତା ମିଶ୍ର ଯିଏ କି, ରୋଲମୋଡେଲ ଭାବରେ ଯୋଗ ଦେଇଥିଲେ l ଆଜିର କାର୍ଯ୍ୟକ୍ରମକୁ ନିଜର ସ୍ମୃତି ଓ ଜଣେ ଝିଅ କିପରି ତାଙ୍କର ସ୍ୱପ୍ନ ସାକାର କରିବେ ତାହା ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଷ୍ଟେମ୍ ର ପବିତ୍ରା କୁମାରି ତ୍ରିପାଠୀ, ପ୍ରଗତି ନାହାକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହା ସହ ଛାତ୍ରୀମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମ ପାଇଁ ନିଜର ସୁନ୍ଦର ସୁନ୍ଦର ମତପ୍ରକାଶ କରିଥିଲେ । ଏପରିକି ଆଗାମୀ ଦିନରେ କିଭଳି ଝିଅ ମାନେ ଷ୍ଟେମ ପଥରେ ନିଜର ଭବିଷ୍ୟତ ଗଢିବେ ତାହା ମଧ୍ୟ ସ୍ଥିର କରିଥିଲେ ଏବଂ ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା