କଂଗ୍ରେସ ପକ୍ଷରୁ ହାଇକୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ଶାନ୍ତିପୂର୍ଣ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ପାଇଁ ଡାକରା ଦିଆଯାଇଥିଲା । କିନ୍ତୁ ଗତକାଲି ଓଡ଼ିଶା ହାଇକୋର୍ଟ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇଥିଲେ । ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ କୌଣସି ଦୋକାନ, ବଜାର ଓ ଯାନବାହାନକୁ ବନ୍ଦ କରିପାରିବେ ନାହିଁ । ଯଦି ଏହି ଆଦେଶର ଉଲଘନ୍ନ ହୁଏ ଦୋଷୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ଆଦେଶ ଦେଇଥିଲେ । ଏହି ଆଦେଶକୁ ସମ୍ମାନ ଜଣାଇ କଂଗ୍ରେସ ତରଫରୁ ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଶାନ୍ତିପୁର୍ଣ ଭାବେ ଏକ ବାଇକ ଶୋଭାଯାତ୍ରା କରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ । ଏହି ଶାନ୍ତିପୂର୍ଣ ଶୋଭାଯାତ୍ରାରେ ପୀତବାସ ପଣ୍ଡାଙ୍କ ସମେତ ପ୍ରମୋଦ ଜେନା, ରଞ୍ଜନ ତାରାଇ, ଭୋକାଲି ସେଠି, ସାଇ ପ୍ରସାଦ ପାତ୍ର, ଉଦୟ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ସୁଧୀର ମହାରଣା, ସୁନୀଲ ଜେନା, ପ୍ରଫୁଲ ଘୋଡେଇ, ଅଶୋକ ସାହୁ, ବିଶ୍ୱଜିତ ସେଠି, ଲଡୁ କିଶୋର ବାରିକ, ସୁଜିତ ଦାସ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା