ଶାନ୍ତିଶୃଙ୍ଖଳା ସହିତ ସେବା ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ : ବ୍ଳକ ଅଧ୍ୟକ୍ଷ ମଧ୍ୟ ନିର୍ବାଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୭ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ସେବା ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘବର୍ଷପରେ ନିର୍ବାଚନ ହେଉଥିବାରୁ ସମବାୟ ନିର୍ବାଚନ ଗୁଡିକରେ ମଧ୍ୟ ରାଜନୈତକ ଦଳର ସମର୍ଥକଙ୍କ ମଧ୍ୟରେ ପ୍ରତିଦ୍ୱିନ୍ଦିତା ଦେଖିବାକୁ ମିଳିଥିଲା । ଶାସକ ବିଜେଡି ଦଳର ସମର୍ଥକମାନେ ଆଜିର ନିର୍ବାଚନରେ ଅଧିକ ସଂଖ୍ୟାରେ ଜିତିଥିବା ଦଳ ପକ୍ଷରୁ କୁହାଯାଇଛି । ଆଜି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଜଳେଶ୍ୱର ବ୍ଲକର ୧୯ଟି ସେବା ସମବାୟ ସମିତି ମଧ୍ୟରୁ ୧୦ଟିରେ ନିର୍ବାଚନ କାର୍ଯ୍ୟ ଶେଷ ହୋଇଛି । ଏଥି ମଧ୍ୟରେ ୧୫ଟି ଲେଖାଏଁ ନିର୍ବାଚନ ଜୋନ୍ ରହିଛି । ସର୍ବଶେଷ ଖବର ଅନୁଯାୟୀ ରାମନଗର ପାଟଣାରେ ବିଜେଡି ସମର୍ଥୀତ ୯ଜଣ ଓ କଂଗ୍ରେସ ସହିତ ବିଜେପି ୪ଟି ସ୍ଥାନ ପାଇଥିବା ବେଳେ ୨ଜଣ ସ୍ୱାଧିନ ପାର୍ଥୀ ନିର୍ବାଚିତ ହୋଇଛନ୍ତି । ଆମ୍ବଳିଅଠା ସେବା ସମବାୟ ସମିତିରେ ବିଜେଡି ସମର୍ଥୀତ ୯ ଓ କଂଗ୍ରେସ ସହିତ ବିଜେପି ୬ଟି ସ୍ଥାନ, ଜ୍ୟୋତିଜଂଗମ ସେବା ସମିତିରେ ବିଜେଡି ସମର୍ଥୀତ ୫, ବିଜେପି ଓ କଂଗ୍ରେସ ସମର୍ଥୀତ ୯, ନାମ୍ପୋ ସେବାସମବାୟ ସମିତିର ବିଜେଡି ସମର୍ଥୀତ ୧୦, କଂଗ୍ରେସ ସହିତ ବିଜେପି ୫ଜଣ ଜିତିଥିବା ବେଳେ ଜଳେଶ୍ୱର ବ୍ଳକ ଅଧ୍ୟକ୍ଷ ମାନସ ଚନ୍ଦ୍ର ଜେନା ବିଜେଡି ସମର୍ଥୀତ ପ୍ରାର୍ଥୀ ହୋଇ ଏଠାରୁ ଜିଣିଛନ୍ତି । ଇକିଡି ସେବା ସମବାୟ ସମିତିରେ ବିଜେଡି ସମର୍ଥନରେ ୧୪ ଓ କଂଗ୍ରେସ ୧ଟି, ଅଲାଲପୁରରେ ବିଜେଡି ସମର୍ଥୀତ ୧୩ ଓ କଂଗ୍ରେସ ୨, ରାୟାଁରାମଚନ୍ଦ୍ରପୁରରେ ୧୫ଟି ଯାକ ଜୋନ୍‌ରେ ବିଜେଡି ସମର୍ଥୀତ ପ୍ରାର୍ଥୀ ଜିତିଛନ୍ତି । ପାଇକସିଦା ସେବାସମିତିର ବିଜେଡି ସମର୍ଥିତ ୧୨ ଓ କଂଗ୍ରେସ ସହିତ ବିଜେପି ସମିର୍ଥିତ ୩ଟି ରେ ଜିଣିଛନ୍ତି । ପଶ୍ଚିମବାର୍ଡରେ ବିଜେଡି ସମର୍ଥୀତ ୯ ଓ କଂଗ୍ରେସ ସହିତ ବିଜେପି ସମର୍ଥିତ ୬ଜଣ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତନାରେ ଅଦ୍ୟାବଧି ଶେଷ ହୋଇଥିବା ୧୦ଟି ସ୍ଥାନରୁ କଂଗ୍ରେସ ଓ ବିଜେଡି ସମର୍ଥୀତଙ୍କୁ ୫ଟି ଲେଖାଏଁ ମିଳିଥିବା ବେଳେ ଅନ୍ୟ ୫ଟି ଗଣତି କାର୍ଯ୍ୟ ଚାଲୁ ରହିଛି ।

ରିପୋର୍ଟ : ଭୂପତି ପରିଡା