ଗ୍ରାମ୍ୟ ମହାଦେବ ମନ୍ଦିର ସମ୍ମୁଖ ଖାଲ ସ୍ଥାନରେ ବାଲି ଭର୍ତ୍ତିରେ ଗୋଷ୍ଠି କନ୍ଦଳ : ୧ ମୁମୁର୍ଷୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଳକର ରାୟାଁ ରାମଚନ୍ଦ୍ରପୁର ଗାଁର ରଗଡେଶ୍ୱର ମହାଦେବମନ୍ଦିର ନିକଟ ଖାଲସ୍ଥାନରେ ଗ୍ରାମବାସୀମାନେ ବାଲି ପକାଇ ସମତୁଲ କରୁଥିଲେ । କିନ୍ତୁ ସେହି ଗାଁର ଗୋଟିଏ ପରିବାରର ସୁରେନ୍ଦ୍ର ମହାରଣା, ଗଜେନ୍ଦ୍ର ମହାରଣା, ହରେନ୍ଦ୍ର ମହାରଣା, ବିଶ୍ୱଜିତ୍ ମହାରଣା, ଅଜିତ୍ ଓରଫ ବାପି ମହାରଣା ପ୍ରମୁଖ ବାଲି ଭର୍ତ୍ତିକ ବିରୋଧ କରିଥିଲେ । ଫଳରେ ଦୀର୍ଘ ସମୟଧରି ହଟଗୋଳ ଲାଗି ରହିଥିବାବେଳେ ସେହି ଗାଁର ସୁଶାନ୍ତ ଦାସ ଓରଫ କୁଲୁ(୪୦)ଙ୍କୁ ଭୁଜାଲିରେ ହଣାଯାଇଥିବା ଜଳେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ମୁମୁର୍ଷୁ ଅବସ୍ଥାରେ ସୁଶାନ୍ତକୁ ପ୍ରଥମେ ଜିକେଭଟ୍ଟର ଓ ପରେ ବାଳେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାସ୍ତର କରାଯାଇଛି । ଗାେଁରେ ଉଭୟ ପକ୍ଷ ମଧ୍ୟରେ ଛକାପଂଝା ଲାଗି ରହିଛି ।

ରିପୋର୍ଟ : ଭୂପତି ପରିଡା