ଶଟ୍‌ଡାଉନ୍‌ରେ କାହାକୁ ଅନୁମତି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ସାରା ରାଜ୍ୟର ୧୧ ଜିଲ୍ଲାରେ ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାରକୁ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି । ଏହି ଦୁଇ ଦିନ ଜରୁରୀ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟ କେହି ଘର ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ଏକ ନିର୍ଦ୍ଦେଶାବାଳୀ ଜାରି କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ ଶଟଡାଉନ୍‌ରେ ମେଡିକାଲ, ନର୍ସିଂହୋମ କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ, ମେଡିସିନ ଷ୍ଟୋର ଷ୍ଟାଫ୍ ମଧ୍ୟ ପୋଲିସ୍‌ ଦେଇଥିବା ପୁରୁଣା ପାସ୍ ଦେଖାଇ ଯାଇ ପାରିବେ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଆଇଡି କାର୍ଡ ଦେଖାଇ  ଯାଇପାରିବେ, ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀମାନେ ସେମାନଙ୍କ ଆଇଡି କାର୍ଡ ଦେଖାଇ ନିଜ କର୍ମକ୍ଷେତ୍ରରୁ ଯାଇପାରିବେ, ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌  କର୍ମଚାରୀ, କଳକାରଖାନା, ହୋଟେଲ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ, ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ପାଇଁ ଗାଡ଼ିକୁ ପୋଲିସ୍‌ ପାସ୍ ଦେଖାଇ ଯାଇପାରିବେ, ପୋଲିସ୍‌ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, ଓଲା, ଉବେର  ଆଦି ଯାଇପାରିବ, ଶଟଡାଉନ୍‌ ଦିନ ବାହାଘର ଥିଲେ ପୋଲିସ୍‌ ଠାରୁ ପାସ୍ ନେଇ ଯାଇପାରିବେ । ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ, ଟୁଇନ ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ନେଇ ଯାଇପାରିବେ, ମାଲ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ କିନ୍ତୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ SMS ବା ୧୦୦କୁ ଡାଏଲ କରି ପାସ୍ ନେଇ ଯାଇପାରିବେ, ଶଟ୍‌ଡାଉନ୍‌ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ, କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା