ଶଙ୍ଖର ଶବ୍ଦ କମି କମି ଯିବା ବେଳେ ଫୁଲର ମହକ ବଢୁଛି : ଏହା କ’ଣ ପ୍ରଦ୍ୱୀପଙ୍କ କମାଲ ?

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ୱର୍ଗତ ବିଜୁ ବାବୁଙ୍କ ନାମରେ ନାମିତ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳ ସରକାର ରାଜ୍ୟରେ ଦୀର୍ଘ ୨୪ ବର୍ଷ କାଳ ଅକ୍ଷ୍ୟୁର୍ଣ ଲୋକପ୍ରିୟତା ହାସଲ କରି ସରକାର ଚଳାଇ ଆସିଥିବା ବେଳେ ଆଗାମୀ ନିର୍ବାଚନ ନବୀନବାବୁଙ୍କ ପାଇଁ କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି I ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ରୂପେ ଡ଼ଃ ପ୍ରଦ୍ୱୀପ ପାଣିଗ୍ରାହୀ ଘୋଷଣା ହୋଇଥିବାରୁ ରାଜ୍ୟରେ କମଳର କମାଲ ବଢ଼ିଯିବ ବୋଲି କହିଛନ୍ତି I ଆଜି କି ୬ ମାସ ପୂର୍ବରୁ ଗାଁ ଠୁଁ ଆରମ୍ଭ କରି ସହର ଯାଏଁ ବିଜେଡି ଓ ନବୀନ ବାବୁଙ୍କ ଲୋକପ୍ରିୟତା ଏପରି ଥିଲା ଯେ ବିଜେଡି ବିରୁଦ୍ଧରେ କିଛି କହିଲେ ଲୋକେ ଶୁଣିବାକୁ ଚାହୁଁ ନ ଥିଲେ I ଯିଏ ବିରୋଧ କରିବ ସେ ତୀବ୍ର ଆକର୍ମଣର ସମ୍ମୁଖୀନ ହେଉଥିଲା I ଅର୍ଥାତ ବିଜେଡି ବିରୁଦ୍ଧରେ ଯେତେ ଦୁର୍ନୀତି, ଅନୀତି, ବ୍ୟଭିଚାର ଅଭିଯୋଗ ଆସେ ସେତିକି ଲୋକ ପ୍ରିୟତା ନବୀନ ବାବୁଙ୍କ ବଢ଼ି ଯାଇଥାଏ I ଉଲ୍ଲେଖ ଯୋଗ୍ୟ ଯେ ପ୍ରଥମେ ନବୀନ ବାବୁଙ୍କ ଦୃଢ଼ ଅନୁଗତ ଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ I ପରେ ପରେ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଭାବରେ ନବୀନ ବାବୁ କୋଳେଇ ନେଲେ ଯେ ରାଜ୍ୟରେ ସେ ଚକ୍ରବର୍ତ୍ତୀ ହୋଇ ଯାଇ ଥିଲେ I ରାଜ୍ୟରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସ୍ତରରେ ମଧ୍ୟ ବେଶ ପ୍ରାଧାନ୍ୟ ମିଳୁଥିଲା ପ୍ରଦୀପ ବାବୁଙ୍କୁ I ଏପରି କି ନବୀନ ବାବୁ ବିଦେଶରେ ଥିବା ବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡ଼ ନାଇଟ ଅପରେସନ ଯୋଜନା – ନବୀନ ବାବୁଙ୍କୁ ହଟାଇ ପ୍ୟାରୀ ବାବୁ ମୁଖ୍ୟମନ୍ତ୍ରୀ ହେବାକୁ ବିଧାୟକମାନଙ୍କ ଦସ୍ତଖତ/ସମର୍ଥନ ସଂଗ୍ରହ କରୁଥିବା ଯୋଜନା ପ୍ରଥମେ ନବୀନବାବୁଙ୍କୁ ପ୍ରଦୀପ ହିଁ ଫୋନ କରି ଜଣାଇଥିଲେ I ଫଳରେ ନବୀନ ବାବୁ ବାଉଳି ଚାଉଳି ହୋଇ ସବୁ କାମ ଛାଡି ତତକ୍ଷଣାତ ବିଦେଶରୁ ଫେରି ଆସିଥିଲେ I ବିରାଟ ଶୋଭା ଯାତ୍ରାରେ ତାଙ୍କୁ ଏୟାରପୋର୍ଟରୁ ନବୀନ ନିବାସ ଅଣାଯାଇଥିଲା I ଏହା ସେତେବେଳେ ରଥଯାତ୍ରା ଭଳି ଲାଗିଥିଲା I ନବୀନଙ୍କୁ ଦର୍ଶନ କରିବାକୁ ହେଲେ ପ୍ରଥମେ ପ୍ରଦୀପଙ୍କ ସହ ଦେଖା ହେବାକୁ ପଡୁଥିଲା I କହିବାର ଅର୍ଥ ହେଲା ଉଭୟେ ଦୁଇ ଭାଇ ଭଳି ଥିଲେ I ପ୍ରଦ୍ୱୀପ ବାବୁ ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ମଧ୍ୟ ହେଲେ I ଭାଗ୍ୟର ବିଡମ୍ବନା I କିନ୍ତୁ ଏଭଳି ପରିସ୍ଥିତିରେ କଣ ହେଲା କେଜାଣି, ପ୍ରଦ୍ୱୀପ ପାଣିଗ୍ରାହୀଙ୍କ ଠିକ ଝିଅ ବାହାଘର ଯୋଗାଡ ବେଳେ ତାଙ୍କୁ ସରକାର ଏଭଳି ଷ୍ଟ୍ରୋକ ଦେଲେ ଯେ ତାହା ଅଭୁଲାସ୍ମୃତି ହୋଇ ରହିଗଲା ବୋଲି ସାଧାରଣ ଜନତା ବୁଦ୍ଧିଜୀବୀ ସମର୍ଥକମାନେ କହିଲେ I ବିଧାୟକ ରହି ଜେଲ ଗଲେ I ତାଙ୍କୁ ଠକ ଦଲାଲ ବୋଲି ଚାରିଆଡେ ପ୍ରଚାର କରି ଦିଆଗଲା I ରାଜ୍ୟର ଏତେ ବଡ଼ ସାହାଯ୍ୟକାରୀ ନେତାଙ୍କ ମାନସିକତା ଓ ପାରିବାରିକ ଯନ୍ତ୍ରଣା କିପରି ହୋଇଥିବ ଅନୁଭବ କରିବା ଉଚିତ ବୋଲି ସମର୍ଥକ ମାନେ ମତ ପ୍ରକାଶ କରିଛନ୍ତି I ତେବେ ଜେଲରୁ ଫେରିବା ପରେ ସେ ତୁନି ହୋଇ ବସି ନାହାନ୍ତି I ରାଜ୍ୟ ରାଜନୈତିକ ପ୍ରଶାସନ ଉପରେ ପରୋକ୍ଷରେ ଇଙ୍ଗିତ କଲେ I ସେ ଜଣେ ଉଚ୍ଚ ଶିକ୍ଷିତ ଓ ଆଇନଜୀବୀ ମଧ୍ୟ I ବିଜେଡିର ରାଜନୈତକ କାର୍ଯ୍ୟକଳାପ ନେଇ ଆଙ୍ଗୁଳି ଉଠାଇଲେ I ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ I ଭୟ କଲେନି କି ପଛଘୁଞ୍ଚା ଦେଲେନି I ପରେ ପରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ I ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ତାଙ୍କ ନିର୍ଭିକତା ଓ ଯଥାର୍ଥତା ଦେଖି ସାଧାରଣରେ ପୁଣି ଲୋକ ପ୍ରିୟତା ବଢ଼ିବାକୁ ଲାଗିଲା I ରାଜ୍ୟରେ ସମସ୍ତଙ୍କ ନଜର ପ୍ରଦ୍ୱୀପ ପାଣିଗ୍ରାହୀଙ୍କ ଉପରେ ରହିଲା I ଫଳରେ କ୍ରମଶଃ ବିଜେଡି ଦଳକୁ ମହଙ୍ଗା ପଡିଲା I ବିଜେପି ଦଳରେ ମିଶିବା ସମ୍ଭାବନା ବୋଲି ଲୋକେ କହିଲେ I ଯାଜପୁର ବଡ଼ଚଣା ବିଜେପି ସଭାରେ ପ୍ରଧାନ ମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପର୍କ ଦେଖି ବିଜେଡି -ବିଜେପି ମେଣ୍ଟ ହେବ ବୋଲି ଗୁଜବ ଉଠିଲା I ଯଦି ମେଣ୍ଟ ହୁଏ ପ୍ରଦ୍ୱୀପ ପାଣିଗ୍ରାହୀଙ୍କ ରାଜନୀତି ଶେଷ ଓ ବିଜେପି ଓଡ଼ିଶାରେ ଧ୍ୱଂସ ହେବ ବୋଲି ସାଧାରଣରେ ତୀବ୍ର ଆଲୋଚନା ହେଲା I ଫଳରେ କୁହାଯାଉଛି ଯେ ବିଜେପି ରାଜ୍ୟ ସଭାପତି ମଧ୍ୟ ହଡ଼ବଡେ଼ଇ ଗଲେ I କିନ୍ତୁ ସମସ୍ତଙ୍କ ନଜର ରହିଲା ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ I ୟାଙ୍କୁ ସାହାରା ଦେବା ପାଇଁ ରାଜ୍ୟ ବିଜେପି ହେଲା ତତ୍ପର I ବିଜେପି ରାଜ୍ୟ ସଭାପତିଙ୍କୁ ବାରମ୍ବାର ଦୌଡିବାକୁ ପଡିଲା ନୂଆଦିଲ୍ଲୀ I ଇତି ମଧ୍ୟରେ ରାଜ୍ୟରେ ପରିବର୍ତନ ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲା I ଲୋକଙ୍କ ନଜର ଗଲା ରାଜ୍ୟ ସଭାପତିଙ୍କ ଉପରକୁ I ସେ ମେଣ୍ଟ ହେବନି ବୋଲି କହିଲେ ମଧ୍ୟ ସାଧାରଣରେ ବିଶ୍ୱାସ ଆସୁ ନ ଥାଏ I ଆଜି ଏସବୁର ପୂର୍ଣ ଛେଦ ପଡିଛି I ବିଜେପି ତାର ଟିକେଟ ଘୋଷଣା କରିଛି I ଭୁବନେଶ୍ୱରରୁ ପୁଣି ଅପରାଜିତା ଷଢଙ୍ଗୀଙ୍କୁ ଏମ ପି ଟିକେଟ ମିଳିଛି I ଡ଼ଃ ପ୍ରଦ୍ୱୀପ କୁମାର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଟିକେଟ ମିଳିଛି I ବିଜେପି ଶିବିର ଆନନ୍ଦ ଉଲ୍ଲାସରେ ଉତ୍ସବମୁଖର ହୋଇଛି I ମାତ୍ର କେଇ ଦିନ ଭିତରେ ରାଜ୍ୟରେ ଶଙ୍ଖର ଶବ୍ଦ କମି କମି ଯାଉଥିବା ଜଣାପଡିଛି I ଫୁଲର ମହକ ବଢ଼ି ବଢ଼ି ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି I ଏଥର ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ବ୍ରହ୍ମପୁର ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଲଢ଼େଇ କେମିତି ହେବ ଜଣା ପଡିବ ବୋଲି ଆଲୋଚନା ହେଉଛି I

ରିପୋର୍ଟ : ଏଡ଼ଭୋକେଟ ସୁଧୀର ପଟ୍ଟନାୟକ