ଲୋକଙ୍କୁ ସଚେତନତା କରାଇବା ସହ ମାସ୍କ ବଣ୍ଟନ କଲେ ଏସପି…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଲୋକଙ୍କୁ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଥିବା ଜଣାପଡିଛି । ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ସଟଡାଉନ ଜାରି କରାଯାଇଛି । ଏହାସହ ବିଭିନ୍ନ ନିୟମ ଲାଗୁ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏସପି ଘର ଘର ବୁଲି ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତକୁ ଧୋଇବା ଏବଂ ଅତି ଆବାଶ୍ୟକ ନ ପଡ଼ିଲେ ଗ୍ରାମ ବାହାରକୁ ନ ଯିବା ଓ ଯଦି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିବାକୁ ପଡେ ତେବେ ମୁଖରେ ମାସ୍କ ପିନ୍ଧି ବାହାରକୁ ଯିବା ପାଇଁ ଏସପି ଗ୍ରାମବାସୀଙ୍କୁ ବୁଝାଇ ସଚେତନ କରାଇ ଲୋକଙ୍କୁ ମାସ୍କ ପ୍ରଦାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା