ପବ୍ଲିକ ରାଇଟ ଆସୋସିଏସନ ପକ୍ଷରୁ କୋଭିଡ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ…

ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟ ଆସୋସିଏସନ ପକ୍ଷରୁ ରମ୍ଭା ଲେବଲ କ୍ରସିଂ ବାଇପାସ ଗଜାନନ ରାଇସମିଲ ଠାରେ କୋଭିଡ ସମ୍ପର୍କିତ ଏକ ଆଲୋଚନା ଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସୋସିଏସନର ଜିଲ୍ଲା ସଭାପତି ଭୀମସେନ ବେହେରା ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଯୋଗ ଦେଇ କରୋନା ମହାମାରୀ ବିପତ୍ତି ସମୟରେ ମାକ୍ସ ବ୍ୟବହାର, ସାମାଜିକ ଦୂରତା, ବାରମ୍ବାର ହାତକୁ ସାବୁନରେ ଧୋଇବା, ସାନିଟାଇଜର ବ୍ୟବହାର କରିବା ଆଦି କୋଭିଡର ନିୟମ ମାନି ନିଜକୁ ସୁରାକ୍ଷା ରଖିବା ସହ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯତ୍ନବାନ ହେବା ନିମନ୍ତେ ମତ୍ତ ଉପସ୍ଥାପନ କରିଥିଲେ । ଆସୋସିଏସନର ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଅବିଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ ଯୋଗ ଦେଇଥିବା ବେଳେ ପବ୍ଲିକ ରାଇଟ ଆସୋସିଏସନ ର ଖଲ୍ଲିକୋଟ ବ୍ଲକ ସଭାପତି ଗୌରୀ ଶଙ୍କର ପାତ୍ର, ଖଲ୍ଲିକୋଟ ବ୍ଲକ ମହିଳା ସେଲ ସଭାନେତ୍ରୀ ରଶ୍ମିତା ସାହୁ, ଗଞ୍ଜାମ ବ୍ଲକ ସମ୍ପାଦକ ଏ. ତରଣ,ଗଞ୍ଜାମ ସାମାଜିକ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରା,ଗଣ ମାଧ୍ୟମ ପ୍ରତିନିଧି ନୀଳାଞ୍ଚଳ ସେନାପତି, ସ୍ବେଛାସେବୀ ତଥା ଦିଗଦର୍ଶନ ୟୁଥ କ୍ଳବ ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼ ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇବା ସହ ନିଃସହାୟ, ଦୁର୍ଘଟଣାଗ୍ରସ୍ତ ଓ ରୋଗ ଅଗ୍ରସ୍ଥ ବ୍ୟକ୍ତି ଦୁର୍ଦ୍ଦିନରେ କାଳତିପାତ କରୁଥିବା କରୁଥିବା ଯୋଗୁଁ ଏପରି ପରିସ୍ଥିତିରେ ସେହିମାନଙ୍କୁ ପ୍ରଶାସନ, ସାମାଜିକ ଅନୁଷ୍ଠାନ ଓ ଧନିକ ଶ୍ରେଣୀର ବ୍ୟକ୍ତି ବିଶେଷ ସହଯୋଗର ହାତ ବଢ଼ାଇବାକୁ ମତ୍ତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରତ୍ୱ ବଜାୟ ରଖିବା ସହ ସମସ୍ତେ ମାସ୍କ ପନ୍ଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା