ଲୋକକଳା ମାଧ୍ୟମରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସଚେତନତା ସଂପର୍କରେ କର୍ମଶାଳା

ଭୁବନେଶ୍ୱର(ଆକାଶ ମିଶ୍ର) ଜନସାଧାରଣଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହା ଉଦ୍ଧିଷ୍ଟ ।ଏହି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବା ନିମନ୍ତେ ଆଜି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ଭବନ ପ୍ରେକ୍ଷାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହେଯାଗରେ ଲୋକକଳା କଳାକାରମାନଙ୍କ ନିମନ୍ତେ ଆୟୋଜିତ ଏହି କର୍ମଶାଳାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜନସାଧାାରଣଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କର ଏକ ପ୍ରୟାସ , ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଉଦ୍ଧିଷ୍ଟ ବୋଲି କହିଥିଲେ । ରାଜ୍ୟର  ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ସମସ୍ତ ଲୋକଙ୍କୁ , ବାର୍ଷିକ ଆୟସୀମା ନିର୍ବିଶେଷରେ ଏହି ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିବ । ରାଜ୍ୟର ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ୭ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ ।  ବିଜୁ କୃଷକ କଲ୍ୟାଣ ଯୋଜନା , ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର କାର୍ଡଧାରୀ ଏବଂ ଗ୍ରାମାଂଚଳରେ ବାର୍ଷିକ ୫୦ ହଜାର ଟଙ୍କାରୁ କମ୍ ଓ ସହରାଂଚଳରେ ୬୦ ହଜାର ଟଙ୍କାରୁ କମ୍ ଆୟକାରୀ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି ।ସାମିଲ ହୋଇଥିବା ପରିବାର ସଦସ୍ୟଙ୍କୁ ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ତାଲିକାଭୁକ୍ତ ୨୦୮ ଟି ଘରୋଇ ଡାକ୍ତରଖାନାରେ  ବିନା ଦେୟରେ ସମସ୍ତ ଚିକ୍ତିତ୍ସା ସୁବିଧା ମିଳିପାରିବ ବୋଲି ଶ୍ରୀମତୀ ପଣ୍ଡିତ ପ୍ରକାଶ କରି ଏହି ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଏବଂ ସେମାନଙ୍କୁ ଏହି ଯୋଜନା ସଂପର୍କରେ ସଚେତନ କରିବା କ୍ଷେତ୍ରରେ ଲୋକକଳା ଏହ ବଳିଷ୍ଠ ମାଧ୍ୟମ ଶ୍ରୀମତୀ ପଣ୍ଡିତ ବୋଲି କହିଥିଲେ ।ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ବିଜୟ କୁମାର ନାୟକ ତାଙ୍କ ଭାଷଣରେ ଦେହ ଓ ମନକୁ ସୁସ୍ଥ ରଖିବାକୁ ହେଲେ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି ଏବଂ ଲୋକକଳା କଳାକାରମାନେ ଠିକଣା ଭାବରେ ଏହାକୁ ଜନସାଧାରଣଙ୍କ ପାଖରେ ପହଂଚାଇ ପାରିବେ ବୋଲି କହିଥିଲେ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ସୁବାନନ୍ଦ ମହାପାତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କର୍ମଶାଳାର ଉଦ୍ଧ୍ୟେଶ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଅବନୀ କୁାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଯୁଗ୍ମ ମୁଖ୍ୟ ନିର୍ବାହୀ ଡାଃ ଦୀପକ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କର୍ମଶାଳାରେ ୧୦ ଟି ଜିଲ୍ଲା ,ଗଞ୍ଜାମ , ଖୋର୍ଦ୍ଧା , ସମ୍ବଲପୁର , କଳାହାଣ୍ଡି , କେନ୍ଦୁଝର , ସୁନ୍ଦରଗଡ , କୋରାପୁଟ , କଟକ ଏବଂ ବଲାଙ୍ଗିର ଜିଲ୍ଲାକଳା ସଂସ୍କୃତି ସମିତିର ଭାଇସ ପ୍ରେସିଡେଂଟ , ବ୍ଲକ୍ କଳାସଂସ୍କୃତି ସମିତି ଏବଂ ନଗର କଳାସଂସ୍କୃତିର କର୍ମକର୍ତା ତଥା ସଦସ୍ୟମାନେ ଯୋଗ ଦେଇଥିଲେ ।