ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂଆ ଅଫିସ ଉଦଘାଟନ କେବଳ ଖଣିଜ ସଂପଦ ରପ୍ତାନୀ ନୁହେଁ ଓଡ଼ିଶା ହୋଇ ପାରିବ ମାନୁଫାକଚରିଂ ହବ୍- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଆକାଶ ମିଶ୍ର) -ଭାରତ ସରକାରଙ୍କ ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂତନ ଗୃହ ଓ ପରୀକ୍ଷାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶା କେବଳ ଖଣିଜ ସଂପଦର ରପ୍ତାନୀରୁ ନୁହେଁ ବରଂ ଉଚ୍ଚ ମାନର ମାନୁଫାକଚରିଂରୁ ରପ୍ତାନୀ ସୁଯୋଗ ସୃଷ୍ଟି କରି ରୋଜଗାର ବଢାଇ ରାଜ୍ୟକୁ ସମୃଦ୍ଧି କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ଶିଳ୍ପ, ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଓଡିଶାକୁ ଉଡାଜାହାଜ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର କାହଁକି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।ଓଡିଶାରେ ଉଚ୍ଚ ମାନର ଇସ୍ପାତ, ଆଲୁମିନିୟମ ଓ ପ୍ଲାଷ୍ଟିକ ଉପଲବ୍ଧ ।୨୦୧୪ ମସିହାରେ ଦେଶରେ ମୋଟ୍ ୪୦୦ ଯାତ୍ରୀବାହୀ ବଡ ଉଡାଜାହାଜ ଥିଲା । ମୋଦୀ ସରକାରଙ୍କ ନୀତି ଯୋଗୁଁ ଏବେ ଆଉ ୫୦୦ ଉଡାଜାହାଜର ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ଏହି ସୁଯୋଗକୁ କିରି ଓଡିଶା ଆଉ ଦେଇ ପାରିବ ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଭୁ ଗାଇଡ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଓଡିଶା ବାର୍ଷିକ ୫୨ହଜାର କୋଟିର ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ସଂପଦ ରପ୍ତାନୀ ସହ ଓଙ୍ଗିଶାର ଶିଳ୍ପ ଓ ବାଣିଜ୍ୟର ବୃଦ୍ଧି ପାଇଁ ଓଡିଶାକୁ ମେକ ଇନ ଇଣ୍ଡିଆକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ପ୍ରଧାନ ।