ଲେନିନଙ୍କ ୧୫୧ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱର ମହାନ ଦାର୍ଶନିକ, ବିଶିଷ୍ଟ ମାର୍କ୍ସବାଦୀ ତତ୍ବବିତ୍ତ ତଥା ସର୍ବହରା ଶ୍ରେଣୀର ଜନନାୟକ ଭି. ଆଇ. ଲେନିନଙ୍କ ୧୫୧ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ହିଲ ପାଟଣା ସ୍ଥିତ ସିପିଆଇ ଏମ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାର୍ଟି ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ସୋଭିଏତ ରୁଷରେ ଅତ୍ୟାଚାରୀ ଜାର ଶାସକ ଶ୍ରେଣୀ ବିରୁଦ୍ଧରେ ସେଠାକାର ଶ୍ରମିକ, ଗରିବ ଚାଷୀ, ଶୋଷିତ ଜନସାଧାରଣଙ୍କ ବୀରତ୍ୱ ପୂର୍ଣ୍ଣ ସଂଗ୍ରାମକୁ ପ୍ରଶଂସା କରିଥିଲେ l ରୁଷରେ ପ୍ରଥମ ଥର ପାଇଁ ଶ୍ରମିକ ଶ୍ରେଣୀ ନେତୃତ୍ୱରେ ସରକାର ପ୍ରତିଷ୍ଠା ହୋଇଥିଲା l ସେ ବିପ୍ଳବର ନେତୃତ୍ୱ ନେଇ ଥିଲେ ଲେନିନ l ବିପ୍ଳବ ମାଧ୍ୟମରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇ ପାରିଥିଲା l ପୁଞ୍ଜିବାଦ ବ୍ୟବସ୍ଥାର ବିଲୋପ କରି ସମାଜବାଦୀ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା l ଏକ ଶ୍ରେଣୀ ମୁକ୍ତ ଓ ଶୋଷଣ ହୀନ ସମାଜ ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ଲେନିନଙ୍କ ଅବଦାନ ଅବିଶ୍ଵରଣୀୟ ବୋଲି କହିଥିଲେ l ଆଜିର ଏ ସାମ୍ପ୍ରତିକ ପରିସ୍ଥିତିରେ ପୁଞ୍ଜିବାଦ ବ୍ୟବସ୍ଥାର ବିଲୋପ ପାଇଁ ଶ୍ରମିକ ଓ କୃଷକ ଏକତା ବଦ୍ଧ ହୋଇ ଆନ୍ଦୋଳନକୁ ଜୋରଦାର କରି ଏକ ଶକ୍ତିଶାଳୀ କମ୍ୟୁନିଷ୍ଟ ପାର୍ଟି ଗଢ଼ି ତୋଳିବା ଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଏମ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପି. ହରିକୃଷ୍ଣ ରେଡଡି ପ୍ରତାପ ଚୌଧୁରୀ, ରଞ୍ଜନ ପାତ୍ର, ଜି. ଚିଟି ବାବୁ ରେଡଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l