ଅବସର ପ୍ରାପ୍ତ ପ୍ରଫେସରଙ୍କ ଦେହାନ୍ତ…

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ୬୪ ବର୍ଷୀୟ ଏମବିଏ ବିଭାଗର ପ୍ରଫେସର ପ୍ରଶାନ୍ତ କୁମାର ପାଢ଼ୀଙ୍କ ଆଜି ମଧ୍ୟାହ୍ନରେ ପାଟନା ଠାରେ ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଯେ ସ୍ୱର୍ଗତ ପାଢ଼ୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୧୯୮୭ ମସିହାରେ ଏମ୍ ବିଏ ବିଭାଗରେ ଅଧ୍ୟାପକ ଭାବ ନିଯୁକ୍ତି ପାଇଥିଲେ । ସେ ୨୦୧୭ରେ ଅବସର ଗ୍ରହଣ କରିଥିଲେ । ଇତି ମଧ୍ୟରେ ସେ ୪ ଥର ବିଭାଗୀୟ ମୁଖ୍ୟ, ସିଣ୍ଡିକେଟ ସଭ୍ୟ, ପିଜି କାଉନସିଲ ଅଧ୍ୟକ୍ଷ, ହଷ୍ଟେଲ ୱାର୍ଡନ, ଗ୍ରନ୍ଥାଗାରର ଅଫିସର ଇନ୍ ଚାର୍ଜ ଭାବେ ଦାୟିତ୍ଵ ତୁଲାଇଥିଲେ । ୨୦୧୭ରେ ଅବସରପରେ ପାଟନା ସ୍ଥିତ ବ୍ୟବସାୟ ମେନେଜମେଣ୍ଟ ପରିଚାଳନା ଶିକ୍ଷା ଅନୁଷ୍ଠାନ (ଆଇଆଇଏସଏମ)ର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ପ୍ରାୟ ୪ ଦିନ ହେଲା ହାର୍ଟ ବିଟ ବାହାରିବା ଯୋଗୁଁ ଚିକିତ୍ସାଧୀନ ଥିଲେ । ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଜଣେ ମିଳପି, ଧର୍ମପରାୟଣ, ଛାତ୍ର ବତ୍ସଳ, ପରୋପକାରୀ, କର୍ମଠ ଓ ଅଞ୍ଚଳର ଲୋକପ୍ରିୟତା ଭାବେ ପରିଚିତ ଥିଲେ ।