ଲିଡ଼ରସିପ ୟୁନିର୍ଭସେଲ’ ପକ୍ଷରୁ’ଆନୁଆଲ ରିଟେଲ ଲିଡ଼ରସିପ୍ ସମିଟ୍-୨୦୧୮’ସଂକ୍ରାନ୍ତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର  (ଆକାଶ ମିଶ୍ର)- ଲିଡ଼ରସିପ୍ ୟୁନିର୍ଭସେଲ୍, ଭୁବନେଶ୍ୱର ପକ୍ଷରୁ ହୋଟେଲ ମାରିଆନ୍ ଠାରେ ଆୟୋଜିତ ବାର୍ଷିକ ଖୁଚୁରା ନେତୃତ୍ୱ ପ୍ରସ୍ତୁତି (‘ଆନୁଆଲ ରିଟେଲ ଲିଡ଼ରସିପ୍ ସମିଟ୍’) ଶୀର୍ଷକ ଏକ ଆଲୋଚନାଚକ୍ରରେ ସାଂପ୍ରତିକ ଖୁଚୁରା ବ୍ୟବସାୟ ତଥା ଅନଲାଇନ୍ର ଖୁଚୁରା ବେପାରର ବିକାଶ ଉପରେ ବିଷଦ ଆଲୋଚନା ହୋଇଥିଲା । ଲିଡ଼ରସିପ୍ ସମିଟ୍ ତଥା ହିନ୍ଦୁସ୍ଥାନ ଗ୍ରୁପ୍ସ୍ ର ଅଧ୍ୟକ୍ଷ ପପୁ ହଂସ ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ବିଜୟ ସାହୁ ରିଟେଲ ସେକ୍ଟରରେ ରହିଥିବା ସୁଯୋଗ ଏବଂ ଚ୍ୟାଲେଞ୍ଜ୍ ଉପରେ ବିଷଦ ଆଲୋକପାତ କରିଥିଲେ । ଟାଟା ଷ୍ଟିଲ ର ଗୋପାଲପୁର ପ୍ରକଳ୍ପର ଉପାଧ୍ୟକ୍ଷ ଅରୁଣ ମିଶ୍ର ଅନ୍-ଲାଇନ୍ ରିଟେଲ ବ୍ୟବସାୟ ବୃଦ୍ଧି ଉପରେ ଆଲୋକପାତ କରିଥିଲେ । ସ୍ୱସ୍ତି ଗ୍ରୁପ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜେ.କେ. ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ରିଟେଲ ବ୍ୟବସାୟ ଏବଂ ଏଥିରେ ପ୍ରବେଶ ସଂକ୍ରାନ୍ତିୟ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ , ଫ୍ୟୁଚର ରିଟେଲ ର ଚିଫ୍ ମାର୍କେଟିଙ୍ଗ୍ ଅଫିସର ରାଜ ବାନାର୍ଜୀ,ନ୍ୟୁ- ଗ୍ରୋସରୀ ର ପ୍ରତିଷ୍ଠାତା ଅଦିତ ହଂସ, ୱାଓ ମୋମୋ ର ପ୍ରତିଷ୍ଠାତା ସାଗର ଦରିୟାନି, କଟକ ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ର ଉପ-ନିର୍ଦ୍ଦେଶକ ଡ଼: ଏସ୍.ସାହୁ  ପ୍ରମୁଖ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଲିଡ଼ରସିପ୍ ୟୁନିର୍ଭସେଲ୍ ର ପ୍ରତିଷ୍ଠାତା ତଥା ଆବାହକ ଡ଼: ଦୀନଦୟାଲ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ୩୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।