ଲିଆଫିର ୧୫୦ତମ ପ୍ରତିଷ୍ଠା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ ଜୀବନବୀମା ନିଗମର ଏଜେଣ୍ଟ ସଂଘ ନିଆଫି ପକ୍ଷରୁ ୧୫୦ତମ ପ୍ରତିଷ୍ଠା ଦିବସ ପାଳତ ହୋଇଛି । କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ସଂଘର ସଭାପତି ଭାସ୍କର ମିଶ୍ର ପତକା ଉତ୍ତଳନ ଓ ପୌରହିତ୍ୱ କରିଥିଲେ । ମନୋରଂଜନ ଦାସ ସଂଚାଳନ କରିଥିବା ବେଳେ କମଳ ଚକ୍ରବର୍ତ୍ତୀ, ଟଙ୍କଧର ମହାପାତ୍ର, ତାପସ ଦାସ, ନିତାଇଲାଲ ଦେ, ଗୋପାଳ ମହାନ୍ତି ଓ ଅଜିତ୍ କୁମାର ଦାସ ପ୍ରମୁଖ ଇଆଫିର ଆବଶ୍ୟକତା, କାର୍ଯ୍ୟଦକ୍ଷତା, ସୌବା ମନୋବୃତ୍ତି ଓ ବୀମା ଅର୍ଥ ପାଇବାରେ କିପରି ସହାୟତା କରିଥାନ୍ତି ତାହା ପ୍ରକାଶ କରିଥିଲେ । ଏହା ବ୍ୟତିତ ଏଲ୍‌ଆସି ଭଳି କେତେକ ଲାଭରେ ଚାଲିଥିବା କମ୍ପାନୀକୁ ଘରୋଇକରଣ ନ କରିବାକୁ ସେମାନେ ଦାବି ଜଣାଇଥିଲେ । ଏହି ଅବସରରେ ଜାତୀର ପିତା ମହାତ୍ମାଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ଉପଲକ୍ଷେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ଫଳବଣ୍ଟନ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।