ବିଭିନ୍ନ ସ୍ଥାନରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ହୋଇଥିବାରୁ ଜାତୀର ପିତା ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାନ୍ତ୍ରୀଙ୍କ ପ୍ରତିମୂର୍ତ୍ତରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟର୍ପଣ କରାଯାଇଥିଲା । ଜଳେଶ୍ୱର କୋର୍ଟ ସମ୍ମୁଖରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତୀ ନିକଟରେ ଗାନ୍ଧିଜୀଙ୍କର ଫଟୋଚିତ୍ରରେ ଆଇନ୍‌ଜିବୀ ଅନୀଲ କୁମାର ପରିଡା, ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ବିଜେଡି ସହର ସଭାପତି ସୁଜିତ ଘୋଷ, ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଭାପତି ମଧୁସୂଦନ ସେନାପତି, ଅର୍ଚ୍ଚନା ଗିରି, ବଣିକ କାର୍ଯ୍ୟକାରୀ ସଭାପତି ବିଜୟ କାମିଳା, ହାସିରୁଦ୍ଦିନ ବକ୍ସ, ଗିରିଜା ଶଂକର ଦାସ, କ୍ଷୀତିଷ ଘୋଷ, ସୁଶାନ୍ତ ଦାସ, ଅମୂଲ୍ୟ ପାତ୍ର ପ୍ରମୁଖ ମାଲ୍ୟାର୍ପଣ କରିଥିଲେ ।
ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ୱ କରିଥିବା ବେଳେ ଏଲଆଇସିର ମ୍ୟାଜେନର ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗାନ୍ଧିଜୀଙ୍କ ସମୟାନୁବର୍ତ୍ତୀତା, ଲାଲବାହାଦୁର ଶାନ୍ତ୍ରୀଙ୍କ ସତ୍ୟ କର୍ମନିଷ୍ଠା ଆଜିର ସମାଜରେ ଏକ ଆନ୍ଦୋଳନଭାବେ ଗଢିତୋଳିବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ମହାପାତ୍ର, ଟଂକଧର ମହାପାତ୍ର, ଚନ୍ଦ୍ରମୋହନ ରାଉଳ, ତପନ ପରିଡା, ପ୍ରତାପ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀନାରାୟଣ ଦତ୍ତ, ରାମଚନ୍ଦ୍ର ଦାସ ଅଧିକାରୀ, ପ୍ରଧାନ ଶିକ୍ଷକ ଆଇଜାକ୍ ପରିଡା ବକ୍ତବ୍ୟ ରଖଥିା ବେଳେ ସଂପାଦକ ଓ ନିର୍ଦ୍ଦେଶକ କପିଳେଶ୍ୱର ମହାନ୍ତି ସାମ୍ପ୍ରତିକ ସମାଜରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଦର୍ଶନ ଅପରିହାର୍ଯ୍ୟ ହୋଇ ପଡିଛି ବୋଲି କହିଥିଲେ । ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ୱାଧିନତା ସଂଗ୍ରାମୀ ନକୁଳି ଓଝାଙ୍କ ପ୍ରତିଷ୍ଠିତ ଶିଖରପୁରସ୍ଥିତ ବାପୁ ସ୍ମାରକ ନିକେତନ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପ୍ରଫେସର ବିପିନ ବିହାରୀ ବିଶ୍ୱଳ, ଡ. ଅଜିତ୍ କୁମାର ମହାନ୍ତି, ସାହିତ୍ୱକାର ଯତିନ୍ଦ୍ର ଜେନା ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ଗାନ୍ଧିଏକ ରହସ୍ୟମୟ ପ୍ରହେଳିକା, ଗାନ୍ଧି ଦର୍ଶନର ପ୍ରାସଙ୍ଗିକତା, ଗାନ୍ଧିଙ୍କ ଦର୍ଶନ, ଆଦର୍ଶ ମୋଲ୍ୟବୋଧ, କର୍ମନିଷ୍ଠା ଆଜିର ସମାଜରେ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ଜଳେଶ୍ୱର ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସଭାରେ ସତ୍ୟସୁନ୍ଦର ଦାସ ପୌରହିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଅଜିତ୍ କୁମାର ମହାନ୍ତି, ଜିତାଂଶୁ ନନ୍ଦି, ଦିଲ୍ଲିପ ଗିରି, ଗୋବିନ୍ଦ ସାହୁ, ଗୋପାଳ ସାହୁ, ସମୀର ପାତ୍ର, ମଧୁସୂଦନ ଦତ୍ତ, ସୁଶାନ୍ତ ମାଇତି, ଶ୍ରୀକଣ୍ଠ ମହାନ୍ତି, ସୁଶାନ୍ତି ସିଂ, ବିଶ୍ୱଭୂଷଣ ଦାସ ପ୍ରମୁଖ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।