ଲାଜ ନାହିଁ କି ସରମ ନାହିଁ ଏତେ ଲୋଭ : ମହିଳା ପୋଲିସ ଅଫିସର ଲାଞ୍ଚ ନେଇ ଗିରଫ

ଭୂବନେଶ୍ୱର(ସମୃଦ୍ଧ ଓଡିଶା) ଆଧୂନା ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ଦେଖିବାକୁ ମିଳୁଛି ବୋଲି ଆମେ ବାରମ୍ବାର କହି ଆସୁଛୁ । ତା’ମାନେ ଆମ ରାଜ୍ୟରେ ଚାକିରୀ କରୁଥିବା ମ୍ୟାଡମ୍ ମାନେ କୁଆଡେ ବେଶୀ ଲୋଭି ହୋଇ ଯାଇଥିବା ଜଣାପଡୁଛି ବୋଲି କହୁଛୁ । ଲଜ୍ୟା ମରଣ ଠାରୁ ବଡ଼ ବୋଲି ଶାସ୍ତ୍ର କୁହେ ତଥାପି ଲଜ୍ୟାକୁ ଖାତିର ନ କରି ଲୋଭ ଛାଡୁ ନାହାନ୍ତି I କାହିଁକି ନା ଲଜ୍ୟା ବଡ ନା ଟଙ୍କା ବଡ ସମୀକ୍ଷା କରି ପାରୁ ନାହାନ୍ତି ? ବୋଧହୁଏ ଆମ ସରକାରଙ୍କ ମହିଳା ସଶକ୍ତିକରଣ ଯୋଗୁଁ ମ୍ୟାଡମ୍ ମାନେ ନିର୍ଭୟରେ ଲଜ୍ୟା ସରମ ଛାଡି ଖୁଲମଖୁଲା ଟଙ୍କା ନିଆ କର୍ତ୍ତବ୍ୟ କରି ନିଜକୁ ସଶକ୍ତିକରଣ କରୁଛନ୍ତି । ଲଜ୍ୟା ନାହିଁ କି ଭୟ ବି ନାହିଁ ହେଲେ ପ୍ରକୃତି କଣ ଛାଡ଼ୁଛନ୍ତି । ଏହି ଦେଖୁନ ପୁଣି ଆଜି ଜଣେ ପୋଲିସ ମାଡ଼ାମ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ହେଲେ। ଜେଲ ବି ଗଲେ, କି ଲଜ୍ୟା I କଥାହେଲା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ମହିଳା ପୋଲିସ ଅଫିସର । ତାଙ୍କ ନାଁ ମମତା ବସ୍ତିଆ। ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଧରିଛି । ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି।ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଉଥିଲେ। ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ଅନୁଯାୟୀ ଛକି ରହି ଧରି ଦେଲେ । ଆଜି ମମତା ରେଡ ହ୍ୟାଣ୍ଡେଡ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ । କେବଳ ସେତିକି ନୁହେଁ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମମତାଙ୍କ ନାଁ ରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।ତେଣୁ ଏହି ମହିଳା ପୋଲିସ ଅଧିକାରୀ ଜଣେ ଅଭ୍ୟାସଗତ ଲାଞ୍ଚୁଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।