ଗୋପାଳପୁର ନିର୍ବାଚନ ମଣ୍ଡଳୀ ଶିଳ୍ପାଞ୍ଚଳ ମଣ୍ଡଳରେ ବିଜେପିର ଗରିବ କଲ୍ୟାଣ ସମାବେଶ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଶିଳ୍ପାଞ୍ଚଳ ମଣ୍ଡଳରେ ଭାରତୀୟ ଜନତା ପାର୍ଟୀର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ୯ବର୍ଷ ପୂରଣ କରିଛନ୍ତି I ଏହି କ୍ରମରେ ବିଜେପି ସରକାର କିପରି ଭାରତରେ ‘ସବକା ସାଥ’ ‘ସବକା ବିକାଶ’ ସ୍ଲୋଗାନ ସହ ଗରିବ କଲ୍ୟାଣ ଦିଗରେ କାମକରି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରି ଯୋଜନା ମାଧ୍ୟମରେ କିପରି ସାଧାରଣ ଜନତା ଲାଭବନ୍ ହୋଇ ପାରୁଛନ୍ତି ଏବଂ ଭାରତ ବିକଶିତ ହେଉଛି ସେ ଉପରେ ମଞ୍ଚାସିନ ଅତିଥିମାନେ ଲୋକଙ୍କୁ ବୁଝାଇଥିଲେ । ଓଡିଶା ସରକାର ମୋଦିଙ୍କ ନା’କୁ ନିଜ ନାମ ଦେବାରେ ବ୍ୟସ୍ତ ଥିବା ବେଳେ ମୋଦୀ ସରକାର ଅପର୍ଯ୍ୟାପ୍ତ ଅନୁଦାନ ଦେଉଛନ୍ତି I ଓଡିଶା ସରକାର କିପରି ପ୍ରଧାନ ମନ୍ତ୍ରୀ ଆବସ ଯୋଜନାକୁ ହରି ଲୂଟ କରୁଛନ୍ତି I ବିଜୁ ପକ୍କା ଘର ନାମରେ କିପରି ହରିଲୁଟ ହେଉଛି , ଅମୃତ ସରୋବର ଯୋଜନାକୁ ଆମ ପୋଖରୀ କରି ହରିଲୁଟ କରୁଛନ୍ତି ସେ ସମ୍ପର୍କରେ ଅଭିଯୋଗ କରିବା ଆୟୁଷ୍ମାନ୍ ଯୋଜନାକୁ ଲାଗୁ କରୁ ନାହନ୍ତି ବୋଲି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଅସନ୍ତୋଷ ପ୍ରକାଶ କରି କହି ଥିଲେ। ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ଵରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଶିବ ଶଙ୍କର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, କୃଷକ ମୋର୍ଚା ସମ୍ପାଦକ ରାଜେଶ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ପ୍ରଭାତ ଷଡ଼ଙ୍ଗୀ, ଅନୁଯାନନ୍ଦ ବିଶ୍ୱାଳ, ବନିତା ସାହୁ, P.ଭାରତୀ, ଅଭି ମନ୍ୟୁ ସାହୁ, ତ୍ରୀନାଥ ରେଡ୍ଡୀ, ଅରବିନ୍ଦ ମଣ୍ଡଳ, ରାଜେନ୍ଦ୍ର, ମନୋଜ ସେଠି, ସାବିତ୍ରୀ ନାୟକ, ସୁମିତ ପାତ୍ର, ପ୍ରମୋଦ ମଣ୍ଡଳ, ଶ୍ରୀନୀଭାସ ମଣ୍ଡଳ, ସସ୍ମିତା ବିଶ୍ୱାଳ, ବୈରାଗୀ ଦାସ, ଉମା ଦାସ, ସଂଜୀବ ପାତ୍ର, ସୂର୍ଯ୍ୟ ପାତ୍ର, ନିକିଲ ପାତ୍ର, ସୁନୀଲ ନାୟକ, ଦଣ୍ଡାଧର ହୋତା, ନୀଳମଣି ପାଣିଗ୍ରାହୀ, ରାଜେନ୍ଦ୍ର ସାହୁ, ଶିବ ପ୍ରଧାନ, ଗୁଡ଼ୁ ମହାପାତ୍ର, ସାଗର ନାୟକ, ବାଲିଆ ନାୟକ, ରୋହିତ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା