ଲଭଲି କିନ୍ନର ତରଫରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ଓ ସାନିଟାଇଜର ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଲଭଲି କିନ୍ନର ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି | ଏଥିରେ ବିନି ଗୁରୁ ଉପସ୍ଥିତିରେ ସଭାପତି ଲଭଲି ମହାରଣା, ଉପସଭାପତି ବିନ୍ଧିଆ ବେହେରା, ପ୍ରୀତି, ବାବୁଲା, ଆଇସା, ରଞ୍ଜିତା, ଯୋୟା, ସଞ୍ଜନା, ସର ନାନୀଙ୍କ ସମେତ ସମସ୍ତ ମେମ୍ବରମାନେ ମିଶି କୋଭିଡ ପାଇଁ ପ୍ରଶାସନର ନିୟମନୁସାରେ ନୀରବତା ରକ୍ଷା କରି ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରିଥିଲେ | ଏହା ସହ ସେମାନେ ବ୍ରହ୍ମପୁର ସହରର ତଳସ୍ଥରୀୟ ଲୋକମାନଙ୍କୁ ଯଥା-ବଡ଼ଖେମୁଣ୍ଡି ବାଉରୀ ସାହି, ହରିଜନ ସାହି, ନୂଆବସଷ୍ଟାଣ୍ଡ କେନାଲ ସାହି, କାମପାଲି କେନାଲ ସାହି ଓ ବହୁତ ଫୁତଫାତର ଗରିବ ଭିକାରି ମାନଙ୍କୁ କୋରନା ସଚେତନତାର ବାର୍ତ୍ତା ଦେବା ସହ ୩୦୦୦ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ |

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା