ଲଣ୍ଡନ କିଡସ ରମ୍ଭା ଠାରେ ସମ୍ବିଧାନ ଦିବସ ପାଳିତ…

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଲଣ୍ଡନ କିଡ୍ଡିସ ଶିକ୍ଷାଳୟ ରମ୍ଭା ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ସାମ୍ବିଧାନିକ ମୂଲ୍ୟବୋଧ ଗୁଡ଼ିକ ଆଗକୁ ବଢାଇବା ପାଇଁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ କରିବାକୁ ନିଷ୍ପତ୍ତି ନେଇଥିଲେ । ସମ୍ବିଧାନ ଡ୍ରାପ୍ତି କମିଟିର ସଭାପତି ଥିଲେ ବି ଆର୍ ଆମ୍ବେଦକର । କମିଟିର ଅନ୍ୟ ସଦସ୍ୟ ହେଲେ ଜୱାହର ଲାଲ୍ ନେହେରୁ, ବଲ୍ହଭ ଭାଇ ପଟେଲ, ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରମୁଖ ସାମିଲ ଥିଲେ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ଯଥାର୍ଥରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା। ସମ୍ବିଧାନରେ ଥିବା ମୌଳିକ ଅଧିକାର ଗୁଡ଼ିକ ଦେଶର ନାଗରିକ ପାଇ କବଚ ହୋଇଥଲା ବେଳେ ମୌଳିକ କର୍ତ୍ତବ୍ୟ ଗୁଡ଼ିକ ଆମ ଦାୟିତ୍ଵ ବିଷୟରେ ଆମ୍ଭ କୁ ମନେ ପକାଇ ଦେଇଛି । ଏହା ଆଗରୁ ଜାତୀୟ ଆଇନ୍ ଦିବସ ରୂପେ ପରିଚିତ ଥିଲା । ଅହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦଳିତ ମତ୍ସ୍ୟଜୀବି ନେଟା ଭୀମସେନ ବେହେରା, ମୁଖ୍ୟ ବକ୍ତା ଆଇନଜୀବୀ ସୁମା ଦାସ, ଯୋଗ ଗୁରୁ ରବୀନ୍ଦ୍ର ବେହେରା, ସ୍କୁଲର ଅଧ୍ୟକ୍ଷ ବେଣୁଧର ବେଜ, ଅନ୍ୟାନ୍ୟ ଅତିଥି ଭାବେ ମହେଶ୍ୱର ବେହେରା, ଅନନ୍ତ କୁମାର ସାହୁ, ଗଣେଶ ଚନ୍ଦ୍ର ବାରିକ, ଶିକ୍ଷାବିତ୍ ଚରଣ କୁମାର ଜେନା, ଧରଣୀଧର ବେହେରା, ମନୋଜ କୁମାର ବେହେରା, ସୂର୍ଯ୍ୟନାରାୟଣ ବେହେରା, ବାନମ୍ବର୍ ସେଠ ପ୍ରମୁଖ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।