ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ଜଳେଶ୍ଵରରେ ସମ୍ବିଧାନ ଦିବସ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଶ୍ଵର ସର୍ବ ବୃହତ୍ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଭାରତ । ସମସ୍ତ ଭାରତୀୟଙ୍କୁ ସାମାଜିକ ଅର୍ଥନୈତିକ ଓ ରାଜନୈତିକ, ନ୍ୟାୟ, ଚିନ୍ତା, ଭାବ ପ୍ରକାଶ, ବିଶ୍ୱାସ ଓ ଧର୍ମ ଆଚରଣ ରେ ସ୍ଵାଧୀନତା, ସୁବିଧା ସୁଯୋଗର ସମାନ ଅଧିକାର ବ୍ୟବସ୍ଥା ଏବଂ ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ଗୌରବ ସହ ଜାତୀୟ ଏକତା ତଥା ସଂହତିର ଅଭିବୃଦ୍ଧି ନିମିତ୍ତ ମରଣତ୍ତର ଭାବେ ଭାରତ ରତ୍ନ ଉପାଧିରେ ଭୂଷିତ ଡଃ ବି.ଆର. ଆମ୍ବେଦକର ଦ୍ଵାରା ଲିଖିତ ବୃହତ ପୁସ୍ତକ ସମ୍ବର୍ଦ୍ଧନା ୧୯୪୯ ମସିହା ୨୯ ଡ଼ିସେମ୍ବରରେ ଦେଶବାସୀଙ୍କ ରାଜସ୍ୱରେ ସମର୍ପିତ ଭାରତୀୟ ସମ୍ବିଧାନର ମନୋଭାବରେ ଖ୍ୟାତ ଡଃ ଆମ୍ବେଦକର ଅନବାଦ୍ୟ ସୃଷ୍ଟିକୁ ସ୍ମରଣ କରି ଅବତାରଣ କରିବାର ପ୍ରୟାସରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତିଙ୍କ ପୌରହିତ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇ ଅଛି । ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତିପ କୁମାର ପ୍ରଧାନ ଉପସ୍ଥିତ ହୋଇ ସମ୍ବିଧାନ ଗଣତନ୍ତ୍ର ରାଷ୍ଟ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବୋଲି ମତ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ଚାନ୍ଦ ସମ୍ବିଧାନର ଗୁରୁତ୍ଵ ବିଷୟରେ ଆଲୋଚନା କରିବାକୁ ଯାଇ ସମ୍ବିଧାନ ଗଣତନ୍ତ୍ର ର ସୁରକ୍ଷା କବଚ ବୋଲି ସ୍ଵିକର୍ଯ୍ୟ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଫଗୁ ଟୁଡୁ, ଦୀନବନ୍ଧୁ କାମିଳା, ସୁବେରା ଖାତୁନ, ସୁସ୍ମିତା ଦେ, ଅନ୍ନପୂର୍ଣ୍ଣା ଜେନା, ବୈଶାଖୀ ମହାନ୍ତି, ବାସୁଦେବ ଗିରି, କବିତା ଦାସ, ସୁସ୍ମିତା ଗିରି, ପାୟଲ ପ୍ରଧାନ, ଉମେଶ ସାହୁ ଏବଂ ଦୀପା ଦାସ ଆଦି ସ୍ଵସନ୍ଦର୍ଭ ଉପସ୍ଥାପନ କରି ଥିଲେ। ରାଜନୀତି ବିଜ୍ଞାନ ର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରବଣ କୁମାର ନାଥ ଭାରତର ସମ୍ବିଧାନ କୁ ଗଣତନ୍ତ୍ରର ବତୀଘର ବୋଲି ମତ ପୋଷଣ କରିଥିଲେ। ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରୁ ଜ୍ଞାନ ରଞ୍ଜନ ଜେନା, ଉଷାରାଣୀ ଦାସ, ଅଶୋକ କୁମାର ରଥ, ଇପ୍ସିତା ଦାସ, ନିଶ୍ଚଳ କୁମାର ଘଡେ଼ଇ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ତୃତୀୟ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଛାତ୍ରୀ ସୁନେରା ଖାତୁନ ଧନ୍ୟବାଦ୍ ଅର୍ପଣ କରିଥିଲେ ।