ଲକ୍ ଡାଉନ ବେଳେ କିଏ ବେହାଲ ତ’ କିଏ ମାଲାମାଲ : କୋଟି କୋଟି ଟଙ୍କା ଲୁଟ ଅଭିଯୋଗ…

ପଦ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ଲକ୍ ଡାଉନ ଚାଲିଛି । ଧନୀ, ଗରିବ ସମସ୍ତେ ଘରେ ଘରେ ଅଟକ ରହିଛନ୍ତି । ଦୈନିକ ମଜୁରୀ କରି ଚଳୁଥିବା ପରିବାର ମାନଙ୍କୁ ଚଳିବା କଷ୍ଟ ସାଧ୍ୟ ହେଇଛି । ଯଦି ଓ କେନ୍ଦ୍ର ସରକାର ବିପିଏଲ ଗରିବ ପରିବାର, ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । ଲକ୍ ଡାଉନରେ କିଏ ବେହାଲ ତ’ କିଏ ମାଲାମାଲ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବର୍ଷକ ୩୦ କୋଟି ଟଙ୍କାର ଅନୁଦାନ ଆସିଥାଏ । ଲକ୍ ଡାଉନର ସୁଯୋଗ ନେଇ ଏବେ ରାସ୍ତାର ମୁରୁମ୍ କାମ, ବନ୍ଧର ପୁନଃ ଉର୍ଦ୍ଧାର, କଲଭର୍ଟ ଆଦି ପାଇଁ ଆସିଥିବା କୋଟି କୋଟି ଟଙ୍କା ବିନା କାମରେ ଠିକାଦାର, ଜୁନିୟର ଇଞ୍ଜିନିୟର ମାନଙ୍କ ମଧୁ ଚନ୍ଦ୍ରକାରେ ବିଲ୍ ହୋଇ ଟଙ୍କା ଉଡାଣ ଚାଲିଛି । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ଘୋଷଣା କରିଛନ୍ତି ଏହା ସତ୍ବେ ପିସି ଭାଗ ବଣ୍ଟା ହୋଇ କୋଟି କୋଟି ଟଙ୍କା ଲୁଟ ଚାଲିଥିବା ଅଭିଯୋଗ ହୋଇଛି । ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗାଁରେ ଦୁଇଟି ବନ୍ଦ ପୁରୋହିତ ବନ୍ଦ ଓ ନୁଆଡିହି ବନ୍ଦର ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ବେଳେ ବିନା ନାମ ଫଳକରେ କାର୍ଯ୍ୟ କରି ୯୦ ଭାଗ ଅର୍ଥ ଲୁଟ କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ମିଠାପାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏହାର ତଥ୍ୟ ମାଗିବାରୁ ତଥ୍ୟ ନ ଦେଇ ଓଲଟା ସଂପୃକ୍ତ ଠିକାଦାରଙ୍କୁ ଲଗାଇ ସାମ୍ବାଦିକ କୁଞ୍ଜି ସାହୁଙ୍କୁ ଧମକ ଚମକ ଦିଆଯାଇଥିବା ଅଭିଯୋଗ ହୋଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ