ରାୟଗଡାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାରେ ଚଳିତ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ, ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ସିଏଚ ମୁରଲୀ କ୍ରିଷ୍ଣା ରାଓ ସଦର ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ବିଶ୍ୱନାଥ ସେନାପତି, ଜିଲ୍ଲା ନିବନ୍ଦକ ସମବାୟ ସମିତି ସମୂହ ଅଧିକାରୀ ପ୍ରମୋଦ କୁମାର ସାହୁ, ରାୟଗଡ଼ା ଓ ଗୁଣୁପୁର ଅତିରିକ୍ତ ନିବନ୍ଦକ ସମବାୟ ସମିତି ସମୂହ ଅଧିକାରୀ, ସମବାୟ ବିଭାଗର ସମସ୍ତ ପରିଚାଳନା ନିର୍ଦ୍ଦେଶକ, କୃଷି ବିଭାଗର ଅଧିକାରୀଙ୍କ ସମେତ ଚାଷୀ ଓ ମିଲର୍ସ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ରବି ଋତୁର ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କ୍ୱିଣ୍ଟାଲ୍‍ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି । ଜିଲ୍ଲାର ୧୧ଟି ବ୍ଲକରେ ୧୭ଟି ମଣ୍ଡି ଖୋଲା ଯାଇଛି । ଚଳିତ ବର୍ଷ ଧାନ ବିକ୍ରି କରିବା ନିମନ୍ତେ ୨୨୨୧ ଜଣ ପଞ୍ଜିକୃତ ହୋଇଥିବା ବେଳେ ଚାଷୀଙ୍କ ଠାରୁ ଲ୍ୟାମ୍ପସ୍‍ ଜରିଆରେ ଅନଲାଇନ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ