ଲକଡାଉନ ସ୍ଥିତି ଅନୁଧ୍ୟାନ କଲେ ଏସପି…

ଛତ୍ରପୁର (ସମୃଦ୍ଧ ଓଡିଶା) ଲକଡାଉନ ଜାରି ହେବାର ଦ୍ୱିତୀୟ ଦିନରେ ଏସପି ବ୍ରିଜେଶ କୁମାର ରାୟ ଗଞ୍ଜାମ ଓ ରମ୍ଭା ସହର ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି । ଏସପି ଗଞ୍ଜାମ ସହରରେ ଆଇଆଇସି ଦିଲିପ କୁମାର ସାହୁ ଓ ରମ୍ଭା ସହରରେ ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିବା ସହ କୋଭିଡ ନିୟମ ଅବମାନନା କରୁଥିବା ଅମାନିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏସଡିପି ଓ ଗୌତମ କିଷାନ ମଧ୍ୟ ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକରେ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପୋଲିସ ସହ ଆଲୋଚନା କରିଛନ୍ତି । ଯାହାକୁ ନେଇ ଉଭୟ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ବଜାର ଘାଟରେ ବିନା କାରଣରେ ବୁଲୁଥିବା ବାଇକ ଆରୋହି ମାନଙ୍କ ଠାରୁ ତଣ୍ଡ ଆଦାୟ କରାଯିବା ସହ ବିନା ମାକ୍ସ ଓ ସାମାଜିକ ଦୁରତାକୁ ମାନୁନଥିବା ଲୋକଙ୍କୁ ତାଗିଦ କରାଯାଉଥିବା ଦେଖିବାକୁ ମିଳିଥିଲା ।