କଡା କଡି ଚାଲିଛି ଯାଞ୍ଚ : ତଥାପି ମାନୁନାହାନ୍ତି ଅମାନିଆ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ୧୪ଦିନିଆ ଲକ୍ ଡାଉନ୍ ଲାଗୁ କରିଛନ୍ତି । ଏହାର ପ୍ରଭାବ ଛତ୍ରପୁର ସହରରେ ଦେଖିବାକୁ ମିଳିଥିବା ବେଳେ ପୋଲିସ ପକ୍ଷରୁ କଡା କଡୀ ଯାଞ୍ଚ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲକ୍‌ଡାଉନ ଯୋଗୁଁ ଦୋକାନ ବଜାର ୧୨ଘଣ୍ଟା ପରେ ବନ୍ଦ ହୋଇ ପଡୁଥିବାରୁ ରାସ୍ତାଘାଟ ଖାଁ ଖାାଁ ହୋଇପଡୁଛି । କରୋନା ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ସେଥିପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାରା ଲୋକଙ୍କୁ କୋଭିଡ ଗାଇଡ ଲାଇନ୍ ପାଳନ କରିବାକୁ ସଚେତନ କରାଯାଉଛି । ପୋଲିସ ପକ୍ଷରୁ ଦିବାରାତ୍ରି ପେଟ୍ରୋଲିଂ କରି କଡାକଡି ଯାଞ୍ଚ କରାଯାଉଛି । ବାରମ୍ବାର ସଚେତନତା କରାଯାଉଥିବା ସତ୍ତ୍ୱେ ଲକ୍ ଡାଉନ୍ ର ତୃତୀୟ ଦିନରେ କିଛି ଅମାନିଆ ନିୟମକୁ ଅବମାନନା କରୁଥିବା ବାଇକ୍ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏହାସହ ରିକାପୁଲି ଛକଠାରେ ମଧ୍ୟ ପୋଲିସ ପକ୍ଷରୁ ଜୋରଦାର ଚେକିଙ୍ଗି ଚାଲିଛି ଏବଂ ଅମାନିଆଙ୍କୁ ତାଗିତ କରାଯାଉଛି ।