ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମ୍ୟ-ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ରୋଟାରୀଆନ୍ ସର୍ଵଶ୍ରୀ ପ୍ରଫୁଲ୍ଲ ପଟ୍ଟନାୟକ, ନିରଞ୍ଜନ ପାତ୍ର, ସୁରଜିତ ସାମନ୍ତରାୟ, ଡଃ. ବିମଳ ସାହୁ, ସ୍ୱାଗତିକା ସାମନ୍ତରାୟ, ଧିରେନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଉମା ଦେବୀ, ସିଆରସିସି ସିମାଞ୍ଚଳ ଗୌଡ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ ନାହାକ, ସରପଞ୍ଚ ଟି. ନରସିଂହ ରେଡି, ପୂର୍ବତନ ସରପଞ୍ଚ ସୋମନାଥ ନାହାକ, ଗ୍ରାମର ବରିଷ୍ଠ ନାଗରିକ ଜି. ରଘୁନାଥ ରେଡି ଓ ସେନାପତି ନାହାକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଵୃନ୍ଦ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରବେଶ ପଥର ଉଭୟ ପାର୍ଶ୍ବରୁ ଆରମ୍ଭ କରି ପ୍ରାଚୀର କଡେ କଡେ ବିଭିନ୍ନ ପ୍ରକାରର ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର କଳା ଶିକ୍ଷକ ଉଦୟ ରଶ୍ମୀ ପାତ୍ରଙ୍କ ଦ୍ୱାରା କରାଯାଉଥିବା ସୁନ୍ଦର ଚିତାକର୍ଷକ ଚିତ୍ରାଙ୍କନ କରଣକୁ ସମସ୍ତେ ଉଚ୍ଚ ପ୍ରଶଂସା କରି ଭୂୟସୀ ପ୍ରସଂଶା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା