ରୂପାୟନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର(ସମୃଦ୍ଧ ଓଡିଶା)ହୋମକାପଦା ଛକ ସ୍ଥିତ ରୂପାୟନ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ମୌସୁମୀ କବିତା ଆସର, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ପିଲାମାନେ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ପରିବେଷଣ କରିଥିଲେ। ଏଥିରେ ପ୍ରିୟଙ୍କା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ପ୍ରତିମା ପଣ୍ଡା, ବାସନ୍ତୀ କର, ଯଶୋଧାରା ଦାସ, ପ୍ରଜ୍ଞା ପାରମିତା ବିଶ୍ବାଳ, ଅର୍ଚ୍ଚନା ନନ୍ଦି ଅଂଶ ଗ୍ରହଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୌସୁମୀ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଡ଼. ବଂଶୀଧର ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଡ଼. ଉମାକାନ୍ତ ଦାସ, ବିଧାନରାୟ, ବିଜୟ ପାଣିଗ୍ରାହୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ତୃତୀୟ ପର୍ଯ୍ୟାୟରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରିୟ ବେବୀରାଶୀ ଦାସ, ରିତା ମିଶ୍ର, ଗୌରାଙ୍ଗ ଦାସ, ଅମରେଶ ପାତ୍ର, ପ୍ରବିର କମିଳା, ଗଦାଧର ଦାସ, ବିଶ୍ବଜିତ ପ୍ରଧାନ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡ଼. ପୁର୍ଣ୍ଣବ୍ରତ ମହାନ୍ତି, ଗାଳ୍ପିକ ଉଦୟ ନାରାୟଣ ଦାସ, ତ୍ରିଦେବ ନାୟକ, ପ୍ରଣତି ମିଶ୍ର, ମିନତୀ ପ୍ରଧାନ, ଅଜିତ ନାୟକ, ଡ଼. ସାନ୍ତନୁ ଦାସ, ଶୀରିଦା ଦାସ, ପାର୍ଥ କର, ସତ୍ୟ ନାରାୟଣ ରଣା, ପ୍ରଶାନ୍ତ ଦାସ, ନୃତ୍ୟ ଗୁରୁ ନିବେଦିତା ଦାସ, ମାନସୀ ନାୟକ, ମନୋଜ କୁମାର ବେହେରା, ସୁଜାତା ପଣ୍ଡା, ମିନତୀ ଦାସ, ସୀତାରାମ ଦାସ, ଗୌତମ ଦାସ, କୋହିଲୀ କୁମାର ଦାସ, ଆଂଶିକା ମହାଙ୍କୁଡ, ଯୋତିଶା ଖୁଣ୍ଟିଆ, କିଶୋର ଅଗ୍ରୱାଲ, ଦିପ୍ତିମୟୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ରୂପାୟନ ସଭାପତି ତାପସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ରୂପାୟନର ମୁଖ୍ୟ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ ସମସ୍ତଙ୍କୁ ଆଶିର୍ବାଦ କାମନା କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ରିପୋର୍ଟ : ରଜତ କୁମାର ମହାପାତ୍ର