ରାୟବାହାଦୁର ବିଶ୍ୱନାଥ ପରିଡା ପରିବାରର ଶେଷ ଜମିଦାର ଅସୁସ୍ଥ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଇଂରେଜ ଅମଳରେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଜମାଳପୁରସ୍ଥିତ ରାୟବାହାଦୁର ବିଶ୍ୱନାଥ ପରିଡା ଭାରତ ସ୍ୱାଧୀନତା ପାଇବା କେଇଘଣ୍ଟା ପୂର୍ବରୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବିଶ୍ୱନାଥ ପରିଡା ଏକାଧିକ୍ରମେ ସେ ଅଂଚଳରେ ବିଶ୍ୱନାଥ ଏକାଡେମୀ, ଚିକିତ୍ସାଳୟ, ଜମିଦାରୀ ମନ୍ଦିର, ଦୀନକୃଷ୍ଣ କଲେଜକୁ ଜମିଦାନ, ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଗି ଜମିଦାନ, ରାସ୍ତାଘାଟ, ଦୁଃଖିରଙ୍କି ସେବାଲାଗି ବିଭିନ୍ନ କାର୍ଯ୍ୟକ୍ରମ ଇତ୍ୟାଦି କରି ଯଶସ୍ୱୀ ହୋଇଥିଲେ । ସେହି ପରିବାର ଶେଷ ଜମିଦାର ଭାବେ ଶ୍ରୀହରିଚରଣ ପରିଡା(୯୪) ଅସୁସ୍ଥ ହୋଇ ଶଯ୍ୟାସାୟୀ ଅଛନ୍ତି । ୧୯୪୨ ମସିହାରେ ମ୍ୟାଟ୍ରିକ ପାସ୍ କରି ସ୍ୱାଧୀନତା ପୂର୍ବରୁ ୧୯୪୭ରୁ ୧୯୫୧ ସରପଂଚଭାବେ କାର୍ଯ୍ୟ କରି ସୁଖ୍ୟାତି ଅର୍ଜନ କରିଥିଲେ । ସେ ରାଜନିତୀରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଆଦର କରୁଥିଲେ । ଏବେ ୯୪ ବର୍ଷ ବୟସରେ ସେ ଅସୁସ୍ଥ ଅଛନ୍ତି । ତାଙ୍କୁ ସାକ୍ଷାତ ପାଇଁ ବିଭିନ୍ନ ଅଞ୍ଚଳରୁ ବନ୍ଧୁବାନ୍ଧବ ଓ ପରିଚିତ ବ୍ୟକ୍ତିମାନେ ଆସୁଥିବା ବେଳେ ସେ ଅଂଚଳର ନେତୃସ୍ଥାନୀୟ ବ୍ୟକ୍ତିମାନେ ତାଙ୍କର ଆର୍ଶିବାଦ ଭିକ୍ଷା କରି ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା