ରାୟଗଡା ପୋଲିସ ଦ୍ୱାରା ଚିହ୍ନଟ ନିମନ୍ତେ ସୂଚନା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ନିକୋଟସ୍ଥ ରାପକୋଣା ଗ୍ରାମରେ ୩ମାସ ପୂର୍ବରୁ ରହୁଥିବା ଏକ ବୃଦ୍ଧା ସ୍ତ୍ରୀଙ୍କ ପୋଡି ଯାଇଥିବାରୁ ମୃତ୍ୟୁ ହୋଇଥିଲା ଯାହାକି ପୋଲିସ ତଦନ୍ତ ଅନୁଯାଇ ରାପକୋଣା ଗ୍ରାମରେ ବୃଦ୍ଧା ସ୍ତ୍ରୀ ଗତ-୨୯/୧୨/୨୦୧୮ ତାରିଖରେ ପୋଡ଼ି ଯାଇଥିଲେ ଏବଂ ସେଠାରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ଓ ତାଙ୍କର ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ଥିଲା । ପରେ ଶବ ବ୍ୟବଚ୍ଛେଦ ଗୃହରେ ୯୬ ଘଣ୍ଟାରୁ ଅଧିକ ସମୟ ରଖାଯାଇଥିଲେ ମଧ୍ୟ ତାଙ୍କର କୌଣସି ସମ୍ପର୍କୀୟ ଆସିନଥିଲେ ତେଣୁ ପୋଲିସ ତରଫରୁ ସୂଚନା ଦିଆଯାଉଛି ଯେ କୌଣସି ସମ୍ପର୍କୀୟ ଯଦି ବୃଦ୍ଧା ସ୍ତ୍ରୀଙ୍କ ଥିବେ ତାହା ହେଲେ ଦୟା ପୁର୍ବକ ଶବଟିକୁ ଚିହ୍ନଟ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରାଯାଉଛି । ଏହି ମାମଲା ଦାଇତ୍ୱରେ ଥିବା ଏ.ଏସ.ଆଇ ସୁରେଶ କୁମାର ବେହେରାଙ୍କ ସହ ସମ୍ପର୍କ କରିବାକୁ ଅନୁରୋଧ କରାଯାଉଛି । ସୁରେଶ କୁମାର ବେହେରା, ଏ.ଏସ.ଆଇ, ରାୟଗଡ଼ା, ଫୋନ ନଂ – ୯୪୩୭୭୩୩୪୪୩

ରିପୋର୍ଟ : ତୁଷାର ରଞ୍ଜନ ସାହୁ